ମଣିପୁରରେ ୪.୫ ତୀବ୍ର ଭୂମିକମ୍ପ

zisanmohammad
0

ନୂଆଦିଲ୍ଲୀ: ସୋମବାର ପ୍ରତ୍ୟୁଷରେ ମଣିପୁରର ଚୁରାଚାନ୍ଦପୁର ଅଞ୍ଚଳରେ ଭୂମିକମ୍ପ ସଂଘଠିତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୪. ୫।

ଭୋର୍‌ ୫: ୧୫ ମିନିଟ୍‌ ସମୟରେ ରାଜ୍ୟର ଦକ୍ଷିଣପଶ୍ଚିମ ଅଂଶସ୍ଥିତ ଚୁରାଚାନ୍ଦପୁର ଜିଲ୍ଲାରେ ଭୂମିକମ୍ପ ସଂଘଠିତ ହୋଇଥିଲା। ଅଳ୍ପ କେତେ ମିନିଟ୍‌ ଧରି ଏହାର କମ୍ପନ ଅନୁଭୂତ ହୋଇଥିବା କଥା କୁହାଯାଉଛି।

ଏଥିଯୋଗୁଁ କୌଣସି ଧନଜୀବନ ହାନି ହୋଇଥିବା ସଂକ୍ରାନ୍ତ ଖବର ଏ ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ।



from ଦେଶ- ବିଦେଶ – Sambad http://bit.ly/2HIJ0xA

Post a Comment

0Comments
Post a Comment (0)