ସଲମାନ୍‌ଙ୍କ ଫୋନ୍‌ କଲରେ ଗୋବିନ୍ଦା ଛାଡିଥିଲେ ଏହି ସିନେମା!

zisanmohammad
0

ମୁମ୍ବାଇ: ଏମିତି ଏକ ସମୟ ଥିଲା,ଯେତେବେଳେ ବଲିଉଡର ଛୋଟ ମିଆଁ ଗୋବିନ୍ଦା ଜଣେ ବଡ଼ ଷ୍ଟାର୍‌ ଥିଲେ। ତାଙ୍କ ତୁଳନାରେ ସଲମାନ୍‌ ଖାନ୍‌ ଥିଲେ ଅପେକ୍ଷାକୃତ ଛୋଟ ଷ୍ଟାର୍‌। ସେହି ସମୟରେ ଗୋବିନ୍ଦାଙ୍କ ଅଭିନୀତ ସିନେମାଗୁଡ଼ିକ ଲଗାତାର ହିଟ୍‌ ହୋଇଥିଲା। ଖାସ୍‌ କରି ନିର୍ଦ୍ଦେଶକ ଡେଭିଡ ଧଓ୍ଵନ୍‌ଙ୍କ ସହ ଗୋବିନ୍ଦାଙ୍କର ଯୋଡ଼ି ଜମିଯାଇଥିଲା। ଡେଭିଡ-ଗୋବିନ୍ଦା ଯୋଡ଼ି ସେତେବେଳକୁ ରାଜା ବାବୁ, ଆଁଖେଁ, କୁଲି ନମ୍ବର ଓ୍ଵାନ୍‌ ଭଳି ହିଟ୍‌ ଫିଲ୍ମ ଦେଇ ସାରିଥାଆନ୍ତି।

ଏଭଳି ସମୟରେ ଦିନେ ସଲମାନ୍‌ ଖାନ୍‌ ଗୋବିନ୍ଦଙ୍କୁ ଫୋନ୍‌ କରି କରିଥିଲେ,‘ଆଉ କେତୋଟି ହିଟ୍‌ ଫିଲ୍ମ ଦେବ? ସଲମାନ୍‌ ଚାହୁଁଥିଲେ ସେ ହିଟ୍‌ ମେକର ଡେଭିଡ୍‌ ଧଓ୍ଵନ୍‌ଙ୍କ ସହ ଏକ ଫିଲ୍ମ କରିବେ। ସେତେବେଳେ ଗୋବିନ୍ଦା ଡେଭିଡ ଧଓ୍ଵନଙ୍କ ‘ଜୁଡ୍‌ଓ୍ଵା’ ଫିଲ୍ମରେ କାମ କରିବେ ବୋଲି ଠିକ୍‌ ହୋଇଥାଏ। ହେଲେ ସଲମାନ୍‌ଙ୍କ ଅନୁରୋଧରେ ସେ ଏହି ସିନେମା ଛାଡ଼ି ଦେଲେ ଓ ସେଥିରେ ସଲମାନ୍‌ ଖାନ୍‌ଙ୍କୁ ନେବା ପାଇଁ ଡେଭିଡ ଧଓ୍ଵନଙ୍କୁ ପରାମର୍ଶ ଦେଇଥିଲେ। ଡେଭିଡ୍‌ ବି ରାଜି ହେଲେ ଓ ଗୋବିନ୍ଦାଙ୍କ ବଦଳରେ ସଲମାନ୍‌ ଖାନ୍‌ ‘ଜୁଡ଼ଓ୍ଵା’ରେ ହିରୋ ବନିଲେ। ‘ଜୁଡ଼ଓ୍ଵା’ ସୁପରହିଟ୍‌ ହେଲା ଓ ତା’ପରେ ସେ ଆଗକୁ ମାଡ଼ି ଚାଲିଲେ। ଏକଥା ନିଜେ ଗୋବିନ୍ଦା କହିଛନ୍ତି।



from ମନୋରଞ୍ଜନ – Sambad http://bit.ly/2G3ZsFY

Post a Comment

0Comments
Post a Comment (0)