ଦୀପିକା ପାଦୁକୋନ୍‌ଙ୍କୁ ବାହା ହେବାପରେ ଅନ୍ୟ ନାୟିକାଙ୍କ ସହ ଲିପ୍‌ଲକ୍‌ କରିବେ ରଣବୀର୍‌ ସିଂହ

zisanmohammad
0

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂହ ବିବାହ ପରେ ବି ଅନ୍ୟ ନାୟିକାଙ୍କ ସହ ଲିପ୍‌ଲକ୍‌ କରିବେ ବୋଲି ଶୁଣିବାକୁ ମିଳୁଛି। କୁହାଯାଉଛି ଯେ ରଣବୀର ସିଂହ ବଲିଉଡର ଜଣେ ଆଗଧାଡ଼ିର ନାୟିକାଙ୍କ ଓଠରେ ଓଠ ଥାପି ଚୁମ୍ବନ ଦୃଶ୍ୟରେ ନଜର ଆସିବେ। ଏଥିପାଇଁ ରଣବୀର ସିଂହ ନିଜର ସଦ୍ୟ ବିବାହିତା ପତ୍ନୀ ଦୀପିକା ପାଦୁକୋନ୍‌ଙ୍କଠାରୁ ଅନୁମତି ବି ପାଇସାରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ରଣବୀର ସିଂହ ‘ଗୁଲିବୟ’ ଫିଲ୍ମରେ ଆଲିଆ ଭଟ୍ଟଙ୍କ ସହିତ ଲିପ୍‌ଲକ୍‌ କରିବେ। ଖାଲି ସେତିକି ନୁହେଁ ରଣବୀର ସିଂହ ଏହି ସିନେମାର ଅନ୍ୟତମ ନାୟିକା କାଲ୍‌କି କୋଚଲିନ୍‌ଙ୍କ ସହିତ ମଧ୍ୟ ଲିପ୍‌ଲକ୍‌ କରୁଥିବାର ନଜର ଆସିବେ। ଖୁବ୍‌ ଶୀଘ୍ର ଆଲିଆ ଭଟ୍ଟ ଓ କାଲକିଙ୍କ ସହିତ ରଣବୀର ସିଂହଙ୍କର ଏହି ଲିପ୍‌ଲକ୍‌ ସିନ୍‌ ସୁଟ୍‌ କରାଯିବ ବୋଲି କୁହାଯାଉଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ‘ଗୁଲି ବୟ’ ଆଗାମୀ ଫେବୃଆରି ୧୪ ତାରିଖରେ ଭ୍ୟାଲେଣ୍ଟାଇନ୍‌ ଡେ ଅବସରରେ ରିଲିଜ୍‌ ହେବ। ଏହାର ପ୍ରିମିଅର୍‌ ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ହେବ। ଏହି ଫିଲ୍ମରେ ରଣବୀର,ଆଲିଆ ଓ କାଲ୍‌କିଙ୍କ ବ୍ୟତୀତ ସିଦ୍ଧାନ୍ତ ଚତୁର୍ବେଦୀ,ବିଜୟ ରାଜ ଓ ବିଜୟ ବର୍ମା ଅଛନ୍ତି ମୁଖ୍ୟ ଭୂମିକାରେ।

 



from ମନୋରଞ୍ଜନ – Sambad http://bit.ly/2ELUE8t

Post a Comment

0Comments
Post a Comment (0)