ଏଥର ନଜର ଆସିଲେନି ଓଲିଉଡର ଚୁଲବୁଲି ନାୟିକା ଶୀତଲ

zisanmohammad
0

ଭୁବନେଶ୍ୱର:ଓଲିଉଡର ଚୁଲବୁଲି ନାୟିକା ଶୀତଲଙ୍କଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଯିଏ ଯାହା କହୁ ମୋ’ର ଢୋ’। ପ୍ରଥମ ସିନେମାରେ ଓଲିଉଡର ଟପ୍‌ ହିରୋ ବାବୁସାନ୍‌ଙ୍କ ଅପୋଜିଟ୍‌ରେ ହିରୋଇନ୍‌ ହୋଇଥିଲେ ଶୀତଲ୍‌। ଏହା ସଫଳ ବି ହୋଇଥିଲା।
ପ୍ରଥମ ସିନେମାଟି ସୁପରହିଟ୍‌ ହେବା ପରେ ଆଉ ପଛକୁ ଫେରି ଚାହିଁନାହାଁନ୍ତି ଶୀତଲ୍‌। ସେ ଏହାପରେ ଭଲ ପାଏ ତତେ ୧୦୦ରୁ ୧୦୦, ତୁ ଯେ ସେଇ, ପ୍ରେମରେ ପ୍ରେମରେ, ତୋ’ର ଦିନେକୁ ମୋର ଦିନେ ଏବଂ ଦିଲ୍‌ ଦିଓ୍ଵାନା ହୋଇଗଲା , ସୁନା ପିଲା ଟିକେ ସ୍କ୍ରୁ ଢ଼ିଲା’ ଆଦି ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି। ହେଲେ ୨୦୧୮ରେ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିଲା ନାହିଁ। ଏଣୁ ସେ ବି ଏ ବର୍ଷ ଅନୁପସ୍ଥିତ ରହିଲେ।

କହିବା କଥା ହେଲା ଯେ ଏ ବର୍ଷ ଶୀତଲଙ୍କର କୌଣସି ଓଡ଼ିଆ ସିନେମା ମୁକ୍ତିଲାଭ କରି ନାହିଁ।ତାଙ୍କ ଅଭିନୀତ ଶେଷ ସିନେମା ‘ସୁନା ପିଲା ଟିକେ ସ୍କ୍ରୁ ଢ଼ିଲା’ ଗତ ବର୍ଷ ଅଗଷ୍ଟ ୪ ତାରିଖରେ ମୁକ୍ତିଲାଭ କରିଥିଲା।



from ମନୋରଞ୍ଜନ – Sambad http://bit.ly/2Q2trzB

Post a Comment

0Comments
Post a Comment (0)