ନିର୍ମାଣାଧୀନ ତୋରଣ ଭୁଶୁଡ଼ିଲା : ଭଗ୍ନାଂଶ ତଳେ ଯୁବକଙ୍କ ଜୀବନ ଗଲା

zisanmohammad
0

ଯାଜପୁରସଦର : ଯାଜପୁର ଟାଉନ ଥାନା ଅଧୀନ ବିରଜା ମନ୍ଦିର ନିକଟରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନ ଏକ ନିର୍ମାଣାଧୀନ ତୋରଣ ଭୁଶୁଡ଼ି ପଡ଼ିବାରୁ ଭଗ୍ନାଂଶ ତଳେ ଚାପି ହେଇ ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁସାରେ ବିରଜା ମନ୍ଦିର ନିକଟରେ ମା’ଙ୍କ ବ୍ରହ୍ମାକୁଣ୍ଡ ନାମକ ଏକ ପୁଷ୍କରଣୀ ରହିଛି। ଯେଉଁ ଠା‌ରୁ ମାଙ୍କ ପୂଜା ସମୟରେ ଜଳ ଯାଇ ଯଜ୍ଞ ଓ ନାନାଦି କର୍ମ କରାଯାଇଥାଏ। କିଛି ଦିନ ତଳୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏହି ପୁଷ୍କରଣୀର ପ୍ରବେଶ ପଥରେ ଏକ ପଥର ନିର୍ମିତ ତୋରଣ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ଆଜି ସକାଳୁ ଏଠାରେ କାର୍ଯ୍ୟରତ ଶ୍ରମିକମାନେ ଏଠାର ସେଣ୍ଟ୍ରିଙ୍ଗ ‌ଖୋଲୁଥିଲେ। ହଠାତ୍ ତୋରଣଟି ଭୁଶୁଡ଼ି ପଡିଥିଲା। ଏଥିରେ ଶ୍ରମିକମାନେ ଆହତ ହୋଇ ନଥିଲେ ମଧ୍ୟ ନିକଟ ଦୋକାନରେ ବସି ଖବରକାଗଜ ପଢ଼ୁଥିବା ଦେବୀଦ୍ବାର ଅଞ୍ଚଳର ତୁଷାର ରଂଜନ କର (୩୫)ପଥର ମାଡ‌ରେ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।



from ଜିଲ୍ଲା – Sambad http://bit.ly/2rQ4Kg0

Post a Comment

0Comments
Post a Comment (0)