ନାବାଳିକାକୁ ଗର୍ଭବତୀ କରାଇ ଜେଲ ଗଲେ ଯୁବକ

zisanmohammad
0

ବାଲିଅନ୍ତା: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଗର୍ଭବତୀ କରାଇବା ଅଭିଯୋଗରେ ବାଳକାଟି ଫାଣ୍ଡି ପୁଲିସ  ଆଜି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ପିପିଲି ଥାନା ଅଞ୍ଚଳର ରାଜା (୨୨)। ରାଜା ଯୁକ୍ତ ଦୁଇରେ ପଢ଼େ। ଗତକାଲି ପରୀକ୍ଷା ଦେବା ପାଇଁ ରାଜା କଲେଜକୁ ଆସିଥିବା ବେଳେ ପୁଲିସ ତାକୁ ଉଠାଇ ନେଇଥିଲା। ପରେ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଇବାକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ଏ ସଂପର୍କରେ ସଂପୃକ୍ତ ନାବାଳିକାର ବାପା ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ରାଜା ମାଟ୍ରିକ ପର୍ଯ୍ୟନ୍ତ ତା’ର ମାମୁଘରେ ରହୁଥିଲା। ଏ ସମୟରେ ତାଙ୍କ ପଡ଼ୋଶୀରେ ରହୁଥିବା ନାବାଳିକାଙ୍କ ସହିତ ସଂପର୍କ ଗଢ଼ି ଉଠିଥିଲା। ନାବାଳିକାଜଣଙ୍କ ୭ ମାସର ଗର୍ଭବତୀ ଥିବା ବେଳେ ସେ ବିବାହ କରିବାକୁ ଜିଦି କରିବାରୁ ରାଜା ଫେରାର ହୋଇଯାଇଥିଲା। ଜାମିନ୍‌ ଆବେଦନ ନାମଞ୍ଜୁର ହୋଇଯିବାରୁ ରାଜାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି।



from ଅପରାଧ – Sambad http://bit.ly/2UZWmbf

Post a Comment

0Comments
Post a Comment (0)