ଘରେ ପଶି ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ

zisanmohammad
0

କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଅଞ୍ଚଳରେ ରାତିରେ ଘରେ ପଶି ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି।

ଅଭିଯୋଗ ମୁତାବକ, ଏହି ଅଞ୍ଚଳର ଜଣେ ଦୃଷ୍ଟିହୀନ ମହିଳା କୌଣସି କାରଣରୁ ଶାଶୂଘର ଛାଡ଼ି ନିଜ ବାପଘରେ ରହୁଛନ୍ତି। ଗତ ୨୦ ତାରିଖ ଦିନ ସେ ଏକାକୀ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ସେହି ଅଞ୍ଚଳର ସୁରେଶ ଜେନା ଘରେ ପଶିଥିଲେ। ମହିଳା ଜଣକ ଶୋଇଥିବା ବେଳେ ଅଭିଯୁକ୍ତ ସୁରେଶ ତାଙ୍କ ପାଟିରେ ଗାମୁଛା ଦେଇ ଦୁଷ୍କର୍ମ କରିବା ସହ ଗାମୁଛାକୁ ଗଳାରେ ବାନ୍ଧି ମାରିଦେବାକୁ ଉଦ୍ୟମ କରିଥିଲେ। ମହିଳା ଚିତ୍କାର କରିବାରୁ ତାଙ୍କ ସାନଭାଇ ଏବ˚ ମା’ ଉଠି ପଡ଼ିଥିଲେ। ସେମାନେ ଧାଇଁ ଆସି ପ୍ରତିରୋଧ କରିବାରୁ ଅଭିଯୁକ୍ତ ସୁରେଶ ସେମାନଙ୍କୁ ଧମକ ଦେଇଥିଲେ। ଏହି ଘଟଣା କାହା ଆଗରେ କହିଲେ ସେମାନଙ୍କୁ ଜୀବନରେ ମାରିଦେବେ ବୋଲି ସୁରେଶ ଧମକ ଦେଇଥିଲେ। କିନ୍ତୁ ପାଟିତୁଣ୍ଡରେ ସାହି ପଡ଼ିଶା ଲୋକେ ଉଠିପଡ଼ି ସୁରେଶଙ୍କୁ କାବୁ କରି ନେଇଥିଲେ। ଗାଁ ମନ୍ଦିରରେ ଏହାକୁ ନେଇ ନିଶାପ ହୋଇଥିଲା। ତେବେ ନିଶାପକୁ ସୁରେଶ ନ ମାନିବାରୁ ଗତକାଲି ମହିଳା ଜଣକ ଏ ନେଇ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା (୨୧୫/୧୮) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ, ଅଭିଯୁକ୍ତ ସୁରେଶ ଫେରାର ହୋଇ ଯାଇଥିବା ଆଇଆଇସି ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିଛନ୍ତି।



from ଅପରାଧ – Sambad http://bit.ly/2Rf9rhH

Post a Comment

0Comments
Post a Comment (0)