ଭାରତୀୟ ସେନା ବଙ୍କର୍‌ ଉପରେ ଆକ୍ରମଣ କରିବାକୁ ଜିପିଏସ୍‌-ପରିଚାଳିତ ମୋର୍ଟାର୍‌ ବ୍ୟବହାର କରିବାକୁ ଯୋଜନା କରୁଛି ପାକିସ୍ତାନ

zisanmohammad
0

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ଅଞ୍ଚଳରେ ଭାରତୀୟ ସେନା ବଙ୍କର୍‌ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଜିପିଏସ୍‌-ଗାଇଡେଡ୍‌ ମୋର୍ଟାର୍‌ ବ୍ୟବହାର କରିବାକୁ ଯୋଜନା କରୁଛି।

ଏହି ସ୍ୱତନ୍ତ୍ର ଏବଂ ଉନ୍ନତ ମୋର୍ଟାର୍‌ ଖରିଦ କରିବାକୁ ପାକିସ୍ତାନ ବର୍ତ୍ତମାନ ଅସ୍ତ୍ର ବଜାର ଅନେ୍ଵଷଣ କରୁଛି। କେତେକ ଇଊରୋପୀୟ ଦେଶ ଛଡ଼ା ଚୀନ୍‌ର ପାଖରେ ମଧ୍ୟ ଏ ଭଳି ମୋର୍ଟାର୍‌ ରହିଛି।

ପ୍ରାପ୍ତ ସୂଚନାରୁ ଜଣା ଯାଇଛି, ଏହି ମୋର୍ଟାର ଖରିଦ କରିବାକୁ ପାକିସ୍ତାନ ଖୁବ୍‌ ଆଗ୍ରହୀ। ସୁଲଭ ମୂଲ୍ୟରେ ଏହାକୁ ଖରିଦ କରିବା ନିମନ୍ତେ ରାଜିନାମା କରିବାକୁ ବିଶ୍ୱବ୍ୟାପୀ ତା’ର ରହିଥିବା ଦୂତାବାସଗୁଡ଼ିକୁ ନିର୍ଦେଶ ଦେଇଛି।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ନିକ୍ଷେପ ପରେ ମଧ୍ୟ ଏହି ମୋର୍ଟାର୍‌ ଦିଗ ଓ ଲକ୍ଷସ୍ଥଳ ପରିବର୍ତ୍ତନ କରାଯାଇ ପାରିବ।

ଅତୀତରେ ଆଫଗାନିସ୍ତାନରେ ତାଲିବାନ୍‌ମାନଙ୍କୁ ଆକ୍ରମଣ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଜିପିଏସ୍‌-ପରିଚାଳିତ ମୋର୍ଟାର୍‌ ବ୍ୟବହାର କରିଥିଲା।



from ଦେଶ- ବିଦେଶ – Sambad http://bit.ly/2LxBEem

Post a Comment

0Comments
Post a Comment (0)