ଜମ୍ମୁ-ଶ୍ରୀନଗର ରାଜପଥରୁ ବସ୍‌ ଖସିପଡ଼ିବାରୁ ଜଣେ ଆଇଟିବିପି ଅଧିକାରୀ ମୃତ, ୩୪ ଆହତ

zisanmohammad
0

ଶ୍ରୀନଗର: ସୋମବାର ଦିନ ଜମ୍ମୁ ଓ କଶ୍ମୀରର ରମ୍ବନ ଜିଲ୍ଲା ଅନ୍ତର୍ଗତ ଖୁଉନି ନଳା ନିକଟରେ ଜମ୍ମୁ-ଶ୍ରୀନଗର ରାଜପଥରୁ ଏକ ବସ୍‌ ଖସିପଡ଼ିବାରୁ ସେଥିରେ ଥିବା ଇଣ୍ଡୋ-ତିବ୍ଦେତାନ୍‌ ବର୍ଡର୍‌ ପୋଲିସ୍‌ର ଜଣେ ଅଧିକାରୀଙ୍କ ମୃତ୍ୟୁ ହେବା ସହ ଅନ୍ୟ ୩୪ ଜଣ ଆହତ ହୋଇଛନ୍ତି।

ସେ ବସ୍‌ରେ ୩୫ ଜଣ ଲୋକ ଯାତ୍ରା କରୁଥିଲେ ବୋଲି ପୁଲିସ କହିଛି। ବସ୍‌ଟି ଜମ୍ମୁ ଅଭିମୁଖେ ଯାଉଥିବା ବେଳେ ସକାଳ ୮: ୪୫ରେ ଦୁର୍ଘଟନାଗ୍ରସ୍ତ ହୋଇଥିଲା।

ପୁଲିସ ଆହୁରି ସୂଚନା ଦେଇଛି କି, ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଯେଉଁମାନେ ସାଙ୍ଘାତିକ ଆହତ ହୋଇଛନ୍ତି ହେଲିକପ୍ଟର୍‌ ଯୋଗେ ସେମାନଙ୍କୁ ଜମ୍ମୁ ପଠାଇ ଦିଆଯାଉଛି।

ରାସ୍ତା ପାର୍ଶ୍ୱରେ ଥିବା ଗଛଗୁଡ଼ିକ ବାଧା ଦେବାରୁ ବସ୍‌ଟି ତଳେ ଥିବା ଖାଇ ମଧ୍ୟକୁ ଖସି ପାରି ନ ଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।

ରମ୍ବନ ଜିଲ୍ଲାର ଡେପ୍ୟୁଟି କମିସନର୍‌ କହନ୍ତି: ଆମେ ଜଣେ ମୃତ ଏବଂ ୨୪ ଜଣ ଆହତ ଲୋକଙ୍କୁ ଉଦ୍ଧାର କରିଛୁ। ହେଲିକପ୍ଟର୍‌ ଯୋଗେ ଆମେ ସାଙ୍ଘାତିକ ଆହତ ଲୋକଙ୍କୁ ଜମ୍ମୁ ପଠାଉଛୁ। ସେ ବସ୍‌ରେ ୩୫ ଜଣ ବ୍ୟକ୍ତି ଯାଉଥିଲେ।



from ଦେଶ- ବିଦେଶ – Sambad http://bit.ly/2rQi8kh

Post a Comment

0Comments
Post a Comment (0)