
ଭୁବନେଶ୍ୱର: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାତି ଆଲୋଚନା କରିଛନ୍ତି। କେସିଆରଙ୍କ ସହିତ ଆଲୋଚନା ପରେ ନବୀନ କହିଛନ୍ତ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଜାତୀୟ ସ୍ୱାର୍ଥ ନେଇ ଆଲୋଚନା ହୋଇଛି ଏବଂ ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନେଇ ଆଲୋଚନା ହୋଇଥିବା ନବୀନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ବିଜେପି ଓ କଂଗ୍ରେସର ବିକଳ୍ପ ନେଇ ମଧ୍ୟ ଆଲୋଚନା ହୋଇଛି।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ନବୀନଙ୍କ ପ୍ରଶାସନକୁ ବହୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ନବୀନ ସରକାର ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦେଉଛି। ନବୀନ ପଟ୍ଟନାୟକ ଚାଷୀଙ୍କ ଉନ୍ନତି ପାଇଁ ପଦକ୍ଷେପ ନେଇଛନ୍ତି। ରାଓ କହିଛନ୍ତି, ସମଭାବାପନ୍ନ ଆଂଚଳିକ ଦଳଗୁଡ଼ିକ ଏକାଠି ହେବା ଦରକାର। ଏ ନେଇ ଆଲୋଚନା ହୋଇଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ। କଂଗ୍ରେସ ଓ ବଜେପି ନେଇ ରାଓ କହିଛନ୍ତି, ଆମେ କାହାର ବି ଟିମ୍ ନୁହଁ, ଆମେ ଆମର ନିଜ ଟିମ୍।
ସୂଚନାଯୋଗ୍ୟ, ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶଖର ରାଓ (କେସିଆର) ଆଜି ଅପରାହ୍ନରେ ସପରିବାର ସହ ଭୁବନେଶ୍ୱରରେ ପହଂଚିଛନ୍ତି। ବିଶାଖାପାଟଣାରୁ ଏକ ସ୍ୱତନ୍ତ୍ର ବିମାନରେ ସେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। କେସିଆର ରାଓ ଆଜି ନବୀନ ନିବାସରେ ରାତ୍ରିଯାପନ କରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ।
from ରାଜନୀତି – Sambad http://bit.ly/2CwSG9M
