କର୍କଟ ପୀଡିତଙ୍କ ସହ ବଡ଼ଦିନ ପାଳିଲେ ଐଶ୍ୱର୍ଯ୍ୟା

zisanmohammad
0

ନୂଆଦିଲ୍ଲୀ: ଐଶ୍ୱର୍ଯ୍ୟା ରାଏ ବଚ୍ଚନ ନିକଟରେ ଧୀରୁଭାଇ ଅମ୍ବାନି ଇଣ୍ଟରନେସ୍‌ନାଲ ସ୍କୁଲର ବାର୍ଷିକ ଉତ୍ସବରେ ନଜର ଆସିଥିଲେ।  ଏହି ସ୍କୁଲରେ ଝିଅ ଆରଧ୍ୟାଙ୍କୁ ଚିୟର କରିବା ସହିତ ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ଅନେକ ଫଟୋ ସାମ୍ନାକୁ ଆସିଥିଲା। ଏହି କାର୍ଯ୍ୟକ୍ରମ ପରେ ଐଶ୍ୱର୍ଯ୍ୟା ଖ୍ରୀଷ୍ଟମାସ୍‌ ସେଲିବ୍ରେସନ୍‌ରେ ବ୍ୟସ୍ତ ହୋଇଯାଇଛନ୍ତି। ସେ ଏହି ପାର୍ଟି କିଛି ସ୍ୱତନ୍ତ୍ର ପିଲାଙ୍କ ସହିତ ବନାଉ ଥିବା ନଜର ଆସିଛନ୍ତି।

ସୂଚନାଯୋଗ୍ୟ, ରବିବାର ମୁମ୍ବାଇର ଟାଟା ମେମୋରିଆଲ କ୍ୟାନସର୍‌ ହସ୍‌ପିଟାଲ୍‌ରେ ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଅତିଥି ଭାବେ ଯାଇ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପିଲାଙ୍କ ପୋଗ୍ରାମ୍‌କୁ ଭରପୂର ଉପଭୋଗ କରିଥିଲେ। ଗୋଲାପୀ ରଙ୍ଗର ଟ୍ରାଡିସ୍‌ନାଲ ଡ୍ରେସ୍‌ରେ ନଜର ଆସୁଥିବା ଐଶ୍ୱର୍ଯ୍ୟା ବହୁତ ଖୁସି ନଜର ଆସୁଥିଲେ। କର୍କଟ ପୀଡିତ ପିଲା ସହିତ ସେ ଅନେକ ଫଟୋ ମଧ୍ୟ ଉଠାଇଛନ୍ତି। କେବଳ ଏତିକି ନୁହେଁ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ପିଲା କରିଥିବା ପ୍ରଦର୍ଶନକୁ ଖୁବ୍‌ ପ୍ରଶଂସା ମଧ୍ୟ କରିଥିଲେ।



from ମନୋରଞ୍ଜନ – Sambad http://bit.ly/2EFQXQN

Post a Comment

0Comments
Post a Comment (0)