ପୁରୀ: ଡ୍ରେନ୍‌ରୁ ଅଜଣା ଯୁବକଙ୍କ ମୃତଦେହ ଠାବ

zisanmohammad
0

ପୁରୀ: ଆଜି ସକାଳୁ ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅଞ୍ଚଳରୁ ଜଣେ ଯୁବକଙ୍କ ମତଦେହ ଠାବ କରାଯାଇଛିି। ଏହି ଅଜଣା ଯୁବକଙ୍କ ମୃତଦେହ ଏକ ନାଳ ଭିତରେ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଗଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କୁମ୍ଭାରପଡ଼ା ଥାନା ଦଶତୋଟା ଅଞ୍ଚଳର ଗୋପବନ୍ଧୁ ଲେନ୍‌ରେ ଥିବାଏକ ନାଳ(ଡ୍ରେନ)ରେ ଜଣେ ୪୦/୪୫ ବର୍ଷୀୟ ଯୁବକଙ୍କ ମୃତଦେହ ପଡ଼ିଥିବା ଆଜି ସକାଳେ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ମୃତ ଯୁବକ ଜଣକ ତଳକୁ ମୁହଁମାଡ଼ି ପଡ଼ିଥିଲେ। ତେବେ ଖବର ପାଇ ପୁଲିସ ସହିତ ସ୍ଥାନୀୟ କାଉନସିଲର ଓ ସାଧାରଣ ଲୋକ ପହଞ୍ଚି ମୃତଦେହକୁ ଡ୍ରେନ୍‌ରୁ କାଢ଼ିଥିଲେ। ତେବେ ଜଣାପଡ଼ିଥିଲା ଯେ ମୃତ ବ୍ୟକ୍ତିଜଣକ ସ୍ଥାନୀୟ ଅଞ୍ଚଳର ନୁହଁନ୍ତି କିମ୍ବା ତାଙ୍କୁ ସ୍ଥାନୀୟ ଅଞ୍ଚଳର କେହି ଚିହ୍ନି ନାହାଁନ୍ତି। ତେଣୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।



from ଜିଲ୍ଲା – Sambad http://bit.ly/2VatVaL

Post a Comment

0Comments
Post a Comment (0)