ଏବେ ଜଳପଥରେ ନିଜର ବାଇକ ପରିବହନ କରୁଛି ହୋଣ୍ଡା

zisanmohammad
0

ଭୁବନେଶ୍ୱର : ହୋଣ୍ଡା ଟୁ-ହ୍ଵିଲର୍ସ ଇଣ୍ଡିଆ ପ୍ରଥମ ଦୁଇ ଚକିଆ ଯାନ ନିର୍ମାତା ଭାବେ ଅନ୍ତର୍ଦେଶୀୟ ଜଳପଥକୁ ବ୍ୟବହାର କରିଛି। ଗୁଜରାଟରେ ନିକଟରେ ଆରମ୍ଭ ହୋଇଥିବା ରୋଲ ଅନ୍‌ , ରୋଲ ଅଫ୍‌ (ରୋ-ରୋ) ଘୋଘା-ଦହେଜ୍‌ ଫେରି ସେବାକୁ ଯାନ ପରିବହନ ପାଇଁ କଂପାନି ବ୍ୟବହାର କରିଛି। ଏହି ସେବାକୁ ବ୍ୟବହାର କରିବାରେ ହୋଣ୍ଡା ହେଉଛି ପ୍ରଥମ କଂପାନି। ଅନ୍ତର୍ଦେଶୀୟ ଜଳପଥରେ ପରିବହନ ଓ ସ୍ଥଳ ପଥରେ ଯାନବାହନ ଚଳାଚଳ ଯୋଗୁ ହେଉଥିବା ପ୍ରଦୂଷଣ କମ୍‌ କରିବା ମତକୁ କଂପାନି ପ୍ରଚାରପ୍ରସାର କରୁଛି।

ହୋଣ୍ଡା ପକ୍ଷରୁ ନର୍ସାପୁରା କାରଖାନାରୁ ଗୁଜରାଟର ଦହେଜ୍‌ ସଡ଼କ ପଥରେ ଗାଡ଼ିଗୁଡ଼ିକୁ ଅଣାଯିବା ପରେ ହହେଜ ଠାରୁ ରୋ ରୋ ଫେରିକୁ ବ୍ୟବହାର କରି ଗାଡ଼ିଗୁଡ଼ିକୁ ସୌରାଷ୍ଟ୍ରର ଘୋଘା ପଠାଯାଇଥିଲା। ସେହି ଗାଡ଼ିଗୁଡ଼ିକୁ ଗୁଜରାଟର ଭାବନଗର ଠାରେ ଥିବା ହୋଣ୍ଡା ଡିଲରସିପ୍‌ରେ ପହଞ୍ଚିଥିଲା। ରୋ-ରୋ ଘୋଘା-ଦହେଜ ଫେରି ଯୋଗୁ ନର୍ସାପୁରା କାରଖାନାରୁ ସୌରାଷ୍ଟ୍ର ପର୍ଯ୍ୟନ୍ତ ଯାତ୍ରା ଗୋଟିଏ ଦିନ ଓ ୨୦୦ କିମିରୁ ଅଧିକ ଦୂରତା କମ୍‌ ହୋଇଛି। ଏହା ସେବା ଜରିଆରେ ପ୍ରତି ଟ୍ରିପରେ ପାଖାପାଖି ୧୫୦ କେଜି ଅଙ୍ଗାରକାମ୍ଳ ନିର୍ଗମନକୁ ରୋକାଯାଇପାରିବ।



from ବାଣିଜ୍ୟ – Sambad http://bit.ly/2CzFqRB

Post a Comment

0Comments
Post a Comment (0)