ରାଜସ୍ଥାନ: ଅଶୋକ ଗେହଲଟ୍‌ଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରିତ; ଶପଥ ନେଲେ ୧୩ କ୍ୟାବିନେଟ ଓ ୧୦ ରାଷ୍ଟ୍ରମନ୍ତ୍ରୀ

zisanmohammad
0

ଜୟପୁର (ରାଜସ୍ଥାନ): ରାଜସ୍ଥାନର କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆଜି ମଧ୍ୟାହ୍ନରେ ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ଆଜିର ସଂପ୍ରସାରଣରେ ୨୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ୨୩ ଜଣଙ୍କ ମଧ୍ୟରୁ ୨୨ ଜଣ କଂଗ୍ରେସର ହୋଇଥିବା ବେଳେ ଅନ୍ୟ ଜଣକ ହେଉଛନ୍ତି ରାଷ୍ଟ୍ରୀୟ ଲୋକଦଳ (ଆର୍‌ଏଲ୍‌ଡି)ର।

ସେହିପରି ୨୩ ଜଣଙ୍କ ମଧ୍ୟରୁ ୧୩ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅବଶିଷ୍ଟ ୧୦ ଜଣ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ୧୩ ଜଣ ନବ ନିର୍ବାଚିତ ବିଧାୟକ ହେଲେ ବିଡି କାଲା, ଶାନ୍ତି କୁମାର ଧରୀଓ୍ଵାଲ, ପ୍ରସାଦୀ ଲାଲ ମୀନା, ମାଷ୍ଟର ଭନ୍‌ଓ୍ଵର ଲାଲ ମେଘଓ୍ଵାଲ, ଲାଲ ଚାନ୍ଦ କଟାରିଆ, ରଘୁ ଶର୍ମା, ପ୍ରମୋଦ ଜୈନ୍‌ ଭୈୟା, ବିସ୍‌ବେନ୍ଦ୍ର ସିଂହ, ହରିଶ ଚୌଧୁରୀ, ରମେଶ ଚାନ୍ଦ ମୀନା, ଉଦୟ ଲାଲ ଅଞ୍ଜନା, ପ୍ରତାପ ସିଂହ ଏବଂ ସଲେସ୍‌ ମହମ୍ମଦ।

ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଗେଜାବିନ୍ଦ ସିଂହ, ମମତା ଭୂପେଶ, ଅର୍ଜୁନ ସିଂହ ବମନିଆ, ବନ୍‌ଓ୍ଵର ସିଂହ ଭାଟ୍ଟି, ସୁଖରାମ ବିଷ୍ଣୋଇ, ଅଶୋକ ଚନ୍ଦନା, ଟିକାରାମ ଜୁଲି, ଭଜନ ଲାଲ ଜାତଭ, ରାଜେନ୍ଦ୍ର ସିଂହ ଜାଦବ ଏବଂ ଆରଏଲ୍‌ଡିର ସୁବାଷ ଗର୍ଗ।

ରାଜ୍ୟପାଳ କଲ୍ୟାଣ ସିଂହ ଏହି ସମସ୍ତ ନୂତନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ଙ୍କ ଉପସ୍ଥିତିରେ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ବହୁ କଂଗ୍ରେସ ନେତା ଏହି ଶପଥ ଗ୍ରହଣରେ ଉପସ୍ଥିତ ଥିଲେ। ଅଶୋକ ଗେହଲଟ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୧୩ ଦିନ ପରେ ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ଶପଥ ଗ୍ରହଣ କରିଥିବା ନୂତନ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଆଜି ସନ୍ଧ୍ୟାରେ ହେବ।



from ରାଜନୀତି – Sambad http://bit.ly/2V99Tgw

Post a Comment

0Comments
Post a Comment (0)