ଏକାଠି ଆସୁଛନ୍ତି ନାୟକ ଦୀପକ ଏବଂ ମଣ୍ଟୁ , ଜାଣନ୍ତୁ କିଭଳି ଭୂମିକାରେ

zisanmohammad
0
ଏକାଠି ଆସୁଛନ୍ତି ନାୟକ ଦୀପକ ଏବଂ ମଣ୍ଟୁ , ଜାଣନ୍ତୁ କିଭଳି ଭୂମିକାରେ

ଭୁବନେଶ୍ୱର: ଓଲିଉଡର ଦୁଇ ଲୋକପ୍ରିୟ ନାୟକ ଦୀପକ ଏବଂ ମଣ୍ଟୁ ଏବେ ଗୋଟିଏ ସିନେମାରେ ଏକାଠି କାମ କରୁଥିବା ଜଣାଯାଇଛି। ହଁ , ନୂଆ ସିନେମା ‘ତୁ ମୋ’ ନୀଳନୟନା’ରେ ଦୀପକ ଓ ମଣ୍ଟୁ ନଜର ଆସିବେ। ଏ ଫିଲ୍ମରେ ଦୁହେଁ ଦୁଇ ଭାଇ ଭୂମିକାରେ ଅଛନ୍ତି। କୁହାଯାଉଛି ଯେ ‘ତୁ ମୋ’ ନୀଳନୟନା’ ଏକ ପ୍ରେମ ତ୍ରିକୋଣ ଉପରେ ଆଧାରିତ ସିନେମା।

‘ତୁ ମୋ’ ନୀଳନୟନା’ରେ ଦୁଇ ଭାଇ ଭୂମିକାରେ ଅଛନ୍ତି ଦୀପକ ଏବଂ ମଣ୍ଟୁ। ଆଉ ସେ ଦୁହେଁ ବି ଗୋଟିଏ ଯୁବତୀକୁ ଭଲ ପାଉଛନ୍ତି। ଏହି ଯୁବତୀ ଭୂମିକା ନିଭାଇଛନ୍ତି ପିଙ୍କି ପ୍ରିୟଦର୍ଶିନୀ। ଉଭୟଙ୍କ ଭିତରୁ ଶେଷରେ କିଏ ନୀଳନୟନାଙ୍କୁ ନିଜର କରୁଛନ୍ତି ଏବଂ କିଏ ପ୍ରେମର ବଳିଦାନ ଦେଉଛି, ତାହା ଦେଖିବାକୁ ମିଳିବ ଏହି ସିନେମାରେ।

‘ତୁ ମା’ ନୀଳନୟନା’ ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ବବି ମିଶ୍ର, ହରି ଓ ପ୍ରତିଭା ପଣ୍ଡା ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏଥିରେ ବବି ମିଶ୍ର ପୁଣି ଥରେ ନକାରାତ୍ମକ ଭୂମିକାରେ ନଜର ଆସିବେ। ଅପରପକ୍ଷରେ କମେଡିଆନ୍‌ ହରିହର ମହାପାତ୍ରଙ୍କୁ ପୁଣି ହାସ୍ୟରସ ପରିବେଷଣର ଦାୟିତ୍ୱ ମିଳିଛି।

ଏହି ଫିଲ୍ମରେ ଦୁଇ ଦୀପକ ଓ ମଣ୍ଡୁଙ୍କ ମାଆ ଭୂମିକାରେ ଅଛନ୍ତି ପ୍ରତିଭା ପଣ୍ଡା। ଏଥିରେ ଜଣେ ନବାଗତା ଦୀପା ମହାପାତ୍ରଙ୍କୁ ସେକେଣ୍ଡ ଲିଡ ରୋଲରେ ଅଛନ୍ତି।ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଶାନ୍ତ ଲେଙ୍କା ଓ ସୁଧୀର ପୂଜାରୀ।



from ମନୋରଞ୍ଜନ – Sambad https://ift.tt/2ADFsZG

Post a Comment

0Comments
Post a Comment (0)