ଉଜ୍ଜ୍ୱଳାରେ ୫ କୋଟି ମହିଳାଙ୍କୁ ଏଲ୍‌ପିଜି ସଂଯୋଗ

zisanmohammad
0
ଉଜ୍ଜ୍ୱଳାରେ ୫ କୋଟି ମହିଳାଙ୍କୁ ଏଲ୍‌ପିଜି ସଂଯୋଗ

ନୂଆଦିଲ୍ଲୀ/ଭୁବନେଶ୍ୱର: ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଶୁକ୍ରବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୫ କୋଟିତମ ହିତାଧିକାରୀଙ୍କୁ ସିଲିଣ୍ଡର ପ୍ରଦାନ କରିଛନ୍ତି। ୫ କୋଟିତମ ସିଲିଣ୍ଡରର ହିତାଧିକାରୀ ହେଉଛନ୍ତି ଶ୍ରୀମତୀ ତକରିଦିରାନ୍‌। ଏହି ଅବସରରେ ବାଚସ୍ପତି ଶ୍ରୀମତୀ ମହାଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନତା ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶଳ ନେତୃତ୍ୱ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ଯୋଜନାର ସଫଳତା ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ମୋଦୀ ସରକାର ୨୦୧୬ ମଇ ମାସ ୧୬ ତାରିଖରେ ଏହି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ପ୍ରଥମେ ୨୦୧୯ ମାର୍ଚ ୩୧ ସୁଦ୍ଧା ୫ କୋଟି ବିପିଏଲ୍‌ ପରିବାରର ମହିଳା ହିତାଧିକାରୀଙ୍କୁ ମାଗଣାରେ ସିଲିଣ୍ଡର ପ୍ରଦାନ କରିବାର ଲକ୍ଷ୍ୟ ରଖା ଯାଇଥିଲା। ତେବେ ୨୮ ମାସର ରେକର୍ଡ ସମୟ ମଧ୍ୟରେ ୫ କୋଟି ବିପିଏଲ୍‌ ମହିଳା ହିତାଧିକାରୀଙ୍କୁ ମାଗଣାରେ ସିଲିଣ୍ଡର ପ୍ରଦାନ ଲକ୍ଷ୍ୟ ହାସଲ କରାଯାଇଛି। ଏହି ଯୋଜନାର ସଫଳତାକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ ଲକ୍ଷ୍ୟକୁ ବଢ଼ାଯାଇ ୮ କୋଟି ମହିଳା ହିତାଧିକାରୀଙ୍କ ପାଖରେ ସିଲିଣ୍ଡର ପହଞ୍ଚାଇବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଯୋଜନାରେ ଓଡ଼ିଶାର ୩୦ ଲକ୍ଷ ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଯୋଜନାରେ ହିତାଧିକାରୀମାନଙ୍କ ମଧ୍ୟରୁ ୪୭ ପ୍ରତିଶତ ହେଉଛନ୍ତି ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଅର୍ଥାତ୍‌ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମହିଳା।



from ବାଣିଜ୍ୟ – Sambad https://ift.tt/2MkMF27

Post a Comment

0Comments
Post a Comment (0)