ବୁଡ଼େଇ ଦେଲା ‘ନଜିବିଡ଼ୁ’:୧୧୦ ଏକର ଜମି ବରବାଦ

zisanmohammad
0
ବୁଡ଼େଇ ଦେଲା ‘ନଜିବିଡ଼ୁ’:୧୧୦ ଏକର ଜମି ବରବାଦ

ବରଗଡ଼: ବରଗଡ଼ ସହର ଉପକଣ୍ଠ ସରଲା ଗାଁରେ ଥିବା ନଜିବିଡ଼ୁ କମ୍ପାନିରୁ ହାଇବ୍ରିଡ୍‌ ଧାନ ନେଇ ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ୧୧୦ ଏକର ଜମିରେ ଚାଷ ହୋଇଥିବା ବିହନରେ ଆଦୌ ଧାନ ହୋଇନାହିଁ। ନଜିବିଡ଼ୁ କମ୍ପାନି ବୁଡ଼ାଇ ଦେଲା ବୋଲି ଅଭିଯୋଗ କରି ଚାଷୀମାନେ କମ୍ପାନିର ଗେଟ୍‌ ଅବରୋଧ କରି ମଂଗଳବାର ସକାଳୁ ଧାରଣା ଦେଇଛନ୍ତି। ସୂଚନା ମୁତାବକ, ସରଲା ଗାଁର ୨୬ ଜଣ ଚାଷୀ ପ୍ଲାଣ୍ଟରୁ ୭୮, ଏ-୮୯ ଏବଂ ଏ-୭୬ ବ୍ରାଣ୍ଡର ବିହନ ନେଇ ଚାଷ କରିଥିଲେ। ୫୭ ଏକରରେ ୭୮, ଶହେ ଏକରରେ ଏ-୭୬ ଏବଂ ୫୦ ଏକର ଜମିରେ ଚାଷୀ ଏ-୮୯ କିସମର ବିହନ ପକାଇଥିଲେ। ଚାଷ ପୂର୍ବରୁ ଚାଷୀଙ୍କୁ କୌଣସି ତାଲିମ କିମ୍ବା ପରୀକ୍ଷାମୂଳକ ଚାଷର ନମୁନା ଦିଆଯାଇନଥିଲା। ଚାଷୀମାନେ ବିହନ ପକାଇଥିଲେ। ଧାନଗଛ ଅଣ୍ଟାଏ ଉଚ୍ଚତା ଯାଏଁ ଉଠିଥିଲା।

କିନ୍ତୁ କୌଣସି ଫସଲ ହୋଇନଥିଲା। ଏନେଇ ମାସେ ପୂର୍ବରୁ କ୍ଷତିଗ୍ରସ୍ତ ଚାଷୀମାନେ ଡିଡିଏ, ଏଏଓଙ୍କୁ ଭେଟି କ୍ଷତିପୂରଣ ଦାବି କରିଥିଲେ। ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ବ୍ୟାପକ କ୍ଷତି ହୋଇଛି ବୋଲି ମାନିବା ସହ ଏକର ପିଛା ୩୫ ବସ୍ତା ଧାନ କ୍ଷତିପୂରଣ ବାବଦକୁ ଦେବା ପାଇଁ ସଂପୃକ୍ତ କମ୍ପାନି କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କ୍ଷତିପୂରଣ ନମିଳିବାରୁ ଚାଷୀମାନେ ମଂଗଳବାର ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ପ୍ରମୋଦ ପ୍ରଧାନ, ଉପେନ୍ଦ୍ର ପ୍ରଧାନ, କେ. ତିରୁପତି ରାମୁ, ଗଜେନ୍ଦ୍ର ପ୍ରଧାନ, ଏମ୍‌. ଗୋବିନ୍ଦ ରାଜୁ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସଂଧ୍ୟାରେ ଏକର ପିଛା ୩୩ କିଲୋ କ୍ଷତିପୂରଣ ମିଳିବ ବୋଲି କମ୍ପାନି କର୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି।



from ଜିଲ୍ଲା – Sambad https://ift.tt/2l4nF3a

Post a Comment

0Comments
Post a Comment (0)