
ନୂଆପଡ଼ା: ଖରିଆର ରୋଡ ଜଙ୍ଗଲ ବିଭାଗ ବେଲଟୁକୁରୀ ଫରେଷ୍ଟ ଅଧୀନ ମଶାନକୁଣ୍ଡା ସଂରକ୍ଷିତ ଜଙ୍ଗଳରୁ ଚୋରି ହୋଇଥିବା ୮୦ ଖଣ୍ଡ ବଳି କାଠକୁ ବନ ବିଭାଗ ଜବତ କରିଛି। କାଠ ଚୋରି ଅଭିଯୋଗରେ ୪ ଜଣକୁ ଗିରଫ କରାଯାଇଛି। ପ୍ରକାଶ ଯେ, ମଶାନକୁଣ୍ଡା ସଂରକ୍ଷିତ ଜଙ୍ଗଲରେ କାଠ ଚୋରି ହେଉଥିବା ଖରିଆରରୋଡ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ରେଞ୍ଜର ନିରଞ୍ଜନ ମାଝୀଙ୍କ ନେତୃତ୍ୱରେ ବେଲଟୁକୁରୀ ଫରେଷ୍ଟର ସାନନ୍ଦ ବାରିକ, ଫରେଷ୍ଟ ଗାର୍ଡ ମନୋଜ ବାଗ, ଗ୍ରାମରକ୍ଷୀ ରମାରଞ୍ଜନ ରାଉତ, ଡମ୍ବରୁଧର ସାହୁ ଚଢ଼ଉ କରିଥିଲେ। ସେଠାରୁ ଛବିଲାଲ ମାଝୀ (୩୦), ଅଶୋକ ଶବର (୩୨), ନରେଶ ଶବର(୨୫), ଅମରସିଂ ମାଝୀ(୨୨) ଙ୍କୁ ଗିରଫ କରାଯାଇଥିଲା। ଜଙ୍ଗଲରୁ ୨୪ ଖଣ୍ଡ ଶାଳ କାଠ, ୨୬ ଖଣ୍ଡ ବିଜା କାଠ ଓ ୩୦ ସାଗୁଆନ କାଠ ସହ ମୋଟ ୮୦ ଖଣ୍ଡ କାଠ ଜବତ ହୋଇଥିଲା। କାଠ କାଟିବା ପାଇଁ ବ୍ୟବହୃତ ଟାଙ୍ଗିଆ ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଗିରଫ କରିଥିବା ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
from ଜିଲ୍ଲା – Sambad https://ift.tt/2t1ipRD