ଅରୁନ୍ଧତୀ ଜୁଏଲର୍ସର ରଜୋତ୍ସବ ୨୦୧୮

zisanmohammad
0
ଅରୁନ୍ଧତୀ ଜୁଏଲର୍ସର ରଜୋତ୍ସବ ୨୦୧୮

ଭୁବନେଶ୍ୱର: ରଜ ଓ ଶୀତଳଷଷ୍ଠୀକୁ ଦୃଷ୍ଟିରେ ରଖି ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ରଜୋତ୍ସବ ୨୦୧୮ ବିଷୟରେ ଘୋଷଣା କରାଯାଇଛି। ଏହି ଅଫରରେ ଗ୍ରାହକମାନେ ୨୯୯ ଟଙ୍କାର ଫ୍ଲାଟ୍‌ ଗଢ଼େଇ ମୂଲ୍ୟରେ ସୁନା ଗହଣା କିଣିପାରିବେ। ଏହି ଅଫର ଅରୁନ୍ଧତୀ ଜୁଏଲର୍ସର ସବୁ ଷ୍ଟୋର୍‌ରେ ଜୁନ୍‌ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ସାତ ଦିନ ପାଇଁ ଉପଲବ୍ଧ ହେବ। ଏହି ସୁବିଧା ବ୍ୟତୀତ ଗ୍ରାହକମାନେ ପ୍ରତ୍ୟକ ରୁପା ଗହଣାର ଗଢ଼ା ମୂଲ୍ୟରେ ପ୍ଲାଟ୍‌ ୫୦% ରିହାତି, ରୁପା ବାସନ ଗଢ଼ା ମୂଲ୍ୟରେ ଫ୍ଲାଟ୍‌ ୩୦% ରିହାତି ଓ ହୀରା ଅଳଙ୍କାରର ଏମ୍‌ଆର୍‌ପି ଉପରେ ଫ୍ଲାଟ୍‌ ୨୦% ରିହାତି ପାଇପାରିବେ। ଚଳିତ ଆର୍ଥିକ ବର୍ଷରେ ଅନୁଷ୍ଠାନର ୪୨ ଜଣ ଗ୍ରାହକ ଲକ୍ଷପତି ହେବାର ସୁଯୋଗ ପାଇବେ। ଅନୁଷ୍ଠାନର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି ଯେ, ପ୍ରତ୍ୟକ ପର୍ବପର୍ବାଣୀ ଓ ଉତ୍ସବରେ ଗ୍ରାହକମାନଙ୍କ ଖୁସିକୁ ଦ୍ୱିଗୁଣିତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।



from ବାଣିଜ୍ୟ – Sambad https://ift.tt/2sUEXnP

Post a Comment

0Comments
Post a Comment (0)