
ଭୁବନେଶ୍ୱର: ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ଗତମାସ ୨୯ ତାରିଖରେ ପହଞ୍ଚିଥିଲା। ଏହି ଦର ବୃଦ୍ଧିକୁ ଦେଶରେ ପ୍ରବଳ ବିରୋଧ କରାଯିବା ପରେ ତେଲ କମ୍ପାନି ଗୁଡ଼ିକ ଗତମାସ ୩୦ ତାରିଖରୁ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର କମାଇ ଆସୁଥିଲେ। ୧୪ ଦିନ ଧରି ପେଟ୍ରୋଲ ଦର ନିୟମିତ କମୁଥିବା ବେଳେ ମଝିରେ ଗତ ୩ ତାରିଖରେ ଡିଜେଲ ଦର ଗୋଟିଏ ଦିନ ପାଇଁ କମି ନଥିଲା। ଭୁବନେଶ୍ୱରରେ ୧୪ ଦିନ ମଧ୍ୟରେ ଲିଟର ପିଛା ପେଟ୍ରୋଲ ଦର ୧ ଟଙ୍କା ୯୮ ପଇସା କମିଥିବାବେଳେ ଡିଜେଲ ଦର ୧ ଟଙ୍କା ୫୭ ପଇସା କମିଥିଲା। ବୁଧବାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସକୁ ରୋକି ଦିଆଯାଇଛି। ୧୨ ତାରିଖ ଭଳି ୧୩ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ୨୫ ପଇସାରେ ଏବଂ ଡିଜେଲ ଦର ୭୨ ଟଙ୍କା ୭୩ ପଇସାରେ ଅଟକି ଯାଇଛି।
from ବାଣିଜ୍ୟ – Sambad https://ift.tt/2t56MZM