ଫୁଲବାଣୀରୁ ପଶ୍ଚିମବଙ୍ଗ ଲମ୍ବିଛି ଗଞ୍ଜେଇ ଚୋରା କାରବାରର ଚେର, ସ୍କର୍ପିଓ ସହିତ ୨ ଗିରଫ

zisanmohammad
0
ଫୁଲବାଣୀରୁ ପଶ୍ଚିମବଙ୍ଗ ଲମ୍ବିଛି ଗଞ୍ଜେଇ ଚୋରା କାରବାରର ଚେର, ସ୍କର୍ପିଓ ସହିତ ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ କନ୍ଧମାଳ- ଫୁଲବାଣୀ ରାସ୍ତା କୁଡକି ଛକ ଠାରେ ଏକ ସ୍କର୍ପିଓ ଗାଡ଼ି ଜବତ କରିବା ସହିତ ସେଥିରୁ ୩୯ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୬୦ହଜାର ୭ଶହ ଟଙ୍କା ଜବତ କରିଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଡବ୍ଲ୍ୟୁ ବି ୩୦ ଟି୮୧୨୧ ନମ୍ବର ବିଶିଷ୍ଟ ସ୍କର୍ପିଓ ଗାଡ଼ିଟି ଅତି ଦୃତ ଗତିରେ ଯାଉଥିବା ଦେଖି ପୁଲିସ ଏହାକ୍‌ୁ ପିଛା କରି କୁଡ଼କି ଛକରେ ଅଟକାଇଥିଲା। ଅଟକାଇବା ପରେ ଗାଡ଼ି ଯାଞ୍ଚ କରିବା ପରେ ପରେ ସେଥିରେ ୩୮ କେଜି ୨ଶହ ଗ୍ରାମ ଗଞ୍ଜେଇ ସହିତ ଗାଡ଼ିର ଦୁଇଜଣ ଯୁବକ ରାଜୁ ମଲ୍ଲିକ ଓ ସେକ୍‌ ଅସାବୁଲଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୬୦ ହଜାର ୭ଶହ ଟଙ୍କା ଜବତ କରିଥିଲେ। ଗିରଫ ଯୁବକମାନେ ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳର ହୋଇଥିିବା ବେଳେ ଜବତ ସ୍କର୍ପିଓ ଗାଡ଼ିଟି ମଧ୍ୟ ପଶ୍ଚିମବଙ୍ଗର। ତେଣୁ କନ୍ଧମାଳରୁ ପଶ୍ଚିମବଙ୍ଗ ଯାଏ ଗଞ୍ଜେଇ ଚୋରା କାରବାରର ଚେର ଲମ୍ବିଥିବାପୁଲିସ ସନ୍ଦେହ କରୁଛି।



from ଜିଲ୍ଲା – Sambad https://ift.tt/2l7hECS

Post a Comment

0Comments
Post a Comment (0)