ପଟୌଦୀ ବକ୍ତତାରେ ପିଟର୍‌ସନ୍‌ ଭାବବିହ୍ଵଳ:ଦିବାରାତ୍ର ଟେଷ୍ଟ୍‍ ସପକ୍ଷରେ ମତ

zisanmohammad
0
ପଟୌଦୀ ବକ୍ତତାରେ ପିଟର୍‌ସନ୍‌ ଭାବବିହ୍ଵଳ:ଦିବାରାତ୍ର ଟେଷ୍ଟ୍‍ ସପକ୍ଷରେ ମତ

ବେଙ୍ଗାଲୁରୁ: ମନସୁର୍‌ ଅଲୀ ଖାନ୍‌ ପଟୌଦୀ ବକ୍ତତା ପ୍ରଦାନ ଅବସରରେ ମଙ୍ଗଳବାର ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ୍‌ ପିଟରସନ୍‌ ଭାବବିହ୍ଵଳ ହୋଇପଡ଼ିଥିଲେ। ହାନ୍‌ସି କ୍ରୋନିଏଙ୍କ ମ୍ୟାଚ୍‌ ଫିକ୍ସିଂ ସ୍କାଣ୍ଡାଲ୍‌ ତାଙ୍କୁ ବ୍ୟଥିତ କରିଥିଲା। ତଥାପି ଏହି ମହାନ ଖେଳାଳିଙ୍କୁ ସେ ସ୍ମରଣ କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ଷଡ଼ଯନ୍ତ୍ର ହୋଇଥାଇ ପାରେ ବୋଲି ସେ ସନ୍ଦେହ ପ୍ରକଟ କରିଥିଲେ। ଏହି ଅବସରରେ ପିଟରସନ୍‌ ଦିବାରାତ୍ର ଟେଷ୍ଟ୍‍ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଦିବାରାତ୍ର ଟେଷ୍ଟ୍‍କୁ ମାର୍କେଟିଂ କରିବାର ବେଳ ଆସିଛି। ଟେଷ୍ଟ୍‍ କ୍ରିକେଟ୍‌କୁ ବଞ୍ଚାଇବା ଲାଗି ଏହା ଜରୁରି ବୋଲି ସେ କହିଥିଲେ। ଏଥି ପାଇଁ ସମାନ ଢ଼ାଞ୍ଚାରେ ଖେଳାଳିଙ୍କୁ ପାଉଣା ମଧ୍ୟ ମିଳିବା ଉଚିତ୍‌। ଟେଷ୍ଟ୍‍ କ୍ରିକେଟ୍‌ରେ ମନୋରଂଜନ ମୂଲ୍ୟକୁ ଗୁରୁତ୍ୱ ଦେବା ଏବଂ ଏହାକୁ ବଢ଼ାଇବାର ସମୟ ଆସିଯାଇଛି ବୋଲି ସେ ଯୁକ୍ତି ବାଢ଼ିଥିଲେ। ଗୋଲାପୀ ବଲ୍‌ ପ୍ରଶଂସକଙ୍କୁ ଗୁରୁତ୍ୱ ଦେବା ଉଚିତ୍‌। ଟେ୍ଵଣ୍ଟି-୨୦ କ୍ରିକେଟ୍‌ ନିଶ୍ଚିତ ରାଜ କରିବ କିନ୍ତୁ ଟେଷ୍ଟ୍‍ କ୍ରିକେଟ୍‌ ଜଣେ ଖେଳାଳିର ଚରିତ୍ର ଦର୍ଶାଇଥାଏ। ଟେଷ୍ଟ୍‍ କ୍ରିକେଟ୍‌ ଖେଳିବା ସମୟରେ ଟୋପି ଓ ଟ୍ରାଉଜରରେ ଝାଳ, ଘାସ ଓ ବେଳେବେଳେ ରକ୍ତ ବି ଲାଗିଥାଏ। କିନ୍ତୁ ଏହା ହିଁ ଅସଲ କ୍ରିକେଟ୍‌। ଆଇପିଏଲ୍‌ ବେଶ ମନୋରଂଜନ ଯୋଗାଇଛି। ବ୍ୟାଟିଂ ଓ କ୍ଷେତ୍ରରକ୍ଷଣ ସ୍ତର ବଢ଼ାଇଛି। କିନ୍ତୁ ଏହା ହିଁ ଟେଷ୍ଟ୍‍ କ୍ରିକେଟ୍‌ ପ୍ରତି ବିପଦ ଆଣିଛି ବୋଲି ପିଟରସନ୍‌ ପ୍ରକାଶ କରିଥିଲେ।



from ଖେଳ – Sambad https://ift.tt/2JxrFYO

Post a Comment

0Comments
Post a Comment (0)