ନାବାଳିକା ଉଦ୍ଧାର

zisanmohammad
0
ନାବାଳିକା ଉଦ୍ଧାର

ଦେବଗଡ଼: ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର ଜଣେ ୧୪ ବର୍ଷିଆ ନାବାଳିକାକୁ ଦେବଗଡ଼ ସହରରେ ମଙ୍ଗଳବାର ଉଦ୍ଧାର କରାଯାଇଛି। ଘରୋଇ କାର୍ଯ୍ୟରେ ନିୟୋଜିତ ଥିବା ଉକ୍ତ ନାବାଳିକା ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲା। ଘଟଣା ସମ୍ପର୍କରେ ଦେବଗଡ଼ ଥାନାରେ ଅଭିଯୋଗ କରାଯାଇଛି। ନାବାଳିକାର ଘର ପଦ୍ମପୁର ଥାନାଞ୍ଚଳରେ ବୋଲି ଜଣାପଡ଼ିଛି। ଘରର ମାଲିକ ଓ ମାଲିକାଣୀ ଦ୍ୱାରା ନିର୍ଯାତନାର ଶିକାର ହୋଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦେବଗଡ ଥାନାରେ ଅଭିଯୋଗ କରିଥିଲା। ଏହାପରେ ପୁଲିସ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ସୂଚନା ଦେଇଥିଲା। ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଶିଶୁ ମଙ୍ଗଳ ସମିତିକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏଥିସହ ଶିଶୁ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ୱାଇଁ, ଅସ୍ଥାୟୀ ଶିଶୁ ଆଶ୍ରୟ ଗୃହ ‘ଦିଶା’ର କର୍ମଚାରୀ ଉପେନ୍ଦ୍ର ଭଞ୍ଜଙ୍କ ସହାୟତାରେ ଉକ୍ତ ନାବାଳିକାକୁ ‘ଦିଶା’ ଆଶ୍ରୟ ଗୃହରେ ରଖାଯାଇଛି। ନାବାଳିକାର ପରିବାରକୁ ଯୋଗାଯୋଗ କରିବା ନେଇ ପ୍ରୟାସ ଜାରି ରହିଛି।



from ଜିଲ୍ଲା – Sambad https://ift.tt/2t49bUx

Post a Comment

0Comments
Post a Comment (0)