ପ୍ରେମିକ ଚାଟିଂ କରିବା ପାଇଁ ଫେସ୍‌ବୁକ୍‌ ଖୋଲିଲା ବେଳକୁ ଦେଖିଲା ପ୍ରେମିକା ଆତ୍ମହତ୍ୟାର କରୁଥିବାର ଲାଇଭ୍‌ ଦୃଶ୍ୟ, ଶେଷରେ….

zisanmohammad
0
ପ୍ରେମିକ ଚାଟିଂ କରିବା ପାଇଁ ଫେସ୍‌ବୁକ୍‌ ଖୋଲିଲା ବେଳକୁ ଦେଖିଲା ପ୍ରେମିକା ଆତ୍ମହତ୍ୟାର କରୁଥିବାର ଲାଇଭ୍‌ ଦୃଶ୍ୟ, ଶେଷରେ….

କୋଲକାତା: ପଶ୍ଚିମବଙ୍ଗରେ ଆତ୍ମହତ୍ୟାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ତାଙ୍କ ପ୍ରେମିକକୁ ଦେଖା କରି ଆସିବା ପରେ ଫେସ୍‌ବୁକ୍‌ରେ ଲାଇଭ୍‌ କରି ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଘଟିଥିବା କୁହାଯାଇଛି।

ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ୧୮ବର୍ଷର ଜଣେ ଯୁବତୀ ସୋନପୁର ଅଞ୍ଚଳର ବ୍ୟାଦେପୁରାରେ ବସବାସ କରନ୍ତି। ଶନିବାର ଉକ୍ତ ଯୁବତୀ ନିଜର ପ୍ରେମିକକୁ ଦେଖା କରି ଘରକୁ ଫେରିଥିଲା। ଝିଅ ଘରକୁ ଫେରିବା ପରେ ତାର ସ୍ୱଭାବରେ ପରିବର୍ତ୍ତନ ଆସିଥିଲା ବୋଲି ମାଆ କହନ୍ତି। ସେ କାହାରି ସହିତ କଥା ନ ହୋଇ ଚୁପ୍‌ଚାପ୍‌ ରହିଥିଲା। ମୃତ ଯୁବତୀଙ୍କ ମାଆ ନିକଟସ୍ଥ ଏକ ହସ୍‌ପିଟାଲରେ କାମ କରୁଥିଲେ। ଘରେ କେହି ନଥିବା ସମୟରେ ଯୁବତୀ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଯାହାର ଦୃଶ୍ୟକୁ ସେ ଫେସ୍‌ବୁକ୍‌ରେ ଲାଇଭ୍‌ ଷ୍ଟ୍ରିମ୍‌ କରିଥିଲେ ଓ ଅନ୍ୟପଟେ ଏହି ଦୃଶ୍ୟକୁ ତାର ପ୍ରେମିକ ଦେଖୁଥିଲା। ପୁଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି।



from ଅପରାଧ – Sambad https://ift.tt/2t3nPeR

Post a Comment

0Comments
Post a Comment (0)