ପରିବା ବିକାଳୀଙ୍କ ୧.୧୧କୋଟି ଟଙ୍କାର ଲଟେରି ଲାଗିଲା, ଖୁସିରେ ଝୁମି ଉଠୁଥିଲା ବେଳେ ଜାଣିବାକୁ ପାଇଲେ….

zisanmohammad
0
ପରିବା ବିକାଳୀଙ୍କ ୧.୧୧କୋଟି ଟଙ୍କାର ଲଟେରି ଲାଗିଲା, ଖୁସିରେ ଝୁମି ଉଠୁଥିଲା ବେଳେ ଜାଣିବାକୁ ପାଇଲେ….

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଲାସପୋରାରେ ଜଣେ ପରିବାର ବିକାଳୀଙ୍କ ଏକକୋଟି ୧୧ଲକ୍ଷ ଟଙ୍କାର ଲଟେରି ଲାଗିଥିଲା। ଏହି ଲଟେରି ଲାଗିବା ଖୁସିରେ ସେ  ଝୁମି ଉଠିଥିଲେ। ପରିବାରକୁ ଏହି ଟଙ୍କାରେ ଘର, କାର କିଣି ଦେବେ ବୋଲି ବି କହିଥିଲେ। କିନ୍ତୁ କିଛି ସମୟ ପରେ ଏହି ଖୁସି ତାଙ୍କର ପାଣି .ଫୋଟକା ଭଳି  ମିଳାଇ ଯାଇଥିଲା। ଯେତେବେଳେ ସେ ଏହି ଲଟେରି ନକଲି ବୋଲି ଜାଣିବାକୁ ପାଇଥିଲେ।

ମୁମ୍ବାଇର ନାଲାସପୋରାରେ ବସବାସ କରନ୍ତି ୪୪ବର୍ଷିଅ ପରିବାର ବିକାଳୀ ସୁହାସ କଦମ। ସୁହାସ ପୁଲିସରେ ଅଭିଯୋଗ କରି କହିଛନ୍ତି, ସେ ପ୍ରତିଦିନ ପରିବା ବିକ୍ରି କରି ତାଙ୍କ ପରିବାର ପୋଷି ଥାଆନ୍ତି। ଏକଦା ସେ ଏକ ଲଟେରି ଟିକେଟ କିଣିଥିଲେ। ଏହି ଲଟେରି ଟିକେଟ ଜରିଆରେ ସୁହାସ ୧.୧୧କୋଟି ଜିତି ଥିବା ଜାଣି ବହୁତ ଖୁସି ହୋଇଯାଇଥିଲେ। ଏହାପରେ ସୁହାସ ଲଟେରି ପରିଚାଳକଙ୍କ ନିକଟରେ ପହଞ୍ଚି ଥିଲେ। ସେଠାରେ ଜାଣିବାକୁ ପାଇଲେ ଯେ ଏହି ପୁରସ୍କାର ପାଇଁ ତିନିଜଣ ଲୋକ ଦାବି କରୁଛନ୍ତି। କାରଣ ଏହି ନମ୍ବର ଟି ନକଲି ଅଟେ।

ଲଟେରି କାର୍ଯାଳୟ କହିବାନୁସାରେ, ସୁହାସଙ୍କ ପାଖରେ ଯେଉଁ ନମ୍ବର ଥିଲା ତାହା ନକଲି ଥିଲା। ନୋଟ ଟିକେଟର ବାରକୋଡ ଯାଞ୍ଚ ପରେ ଅସଲି ଟିକେଟ କେଉଁଟା ତାହା ଜଣାପଡ଼ିଥିଲା। ସଠିକ୍‌ ଲୋକଙ୍କୁ ପୁରସ୍କାର ଦିଆଯାଇଛି।



from ଅପରାଧ – Sambad https://ift.tt/2HJNdvH

Post a Comment

0Comments
Post a Comment (0)