ସିଲି ପଏଣ୍ଟ୍‌ : ଏଲି ନୁହେଁ ଈଶାଙ୍କ ପ୍ରେମରେ ଉବୁଟୁବୁ

zisanmohammad
0
ସିଲି ପଏଣ୍ଟ୍‌ : ଏଲି ନୁହେଁ ଈଶାଙ୍କ ପ୍ରେମରେ ଉବୁଟୁବୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଚର୍ଚିତ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ବଲିଉଡ ଅଭିନେତ୍ରୀ ଏଲି ଅଭ୍ରାମଙ୍କ ପ୍ରେମରେ ପଡ଼ିଛନ୍ତି ବୋଲି କିଛି ମାସ ତଳେ ଚର୍ଚା ହେଉଥିଲା। ଉଭୟଙ୍କୁ ଅନେକ ସମୟରେ ଏକାଠି ମଧ୍ୟ ଦେଖିବାକୁ ମିଳୁଥିଲା। ଏପରିକି ସ୍ୱିଡେନ୍‌ ଝିଅ ଏଲି ହାର୍ଦିକଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ବାହାଘରରେ ପ୍ରମୁଖ ଆକର୍ଷଣ ପାଲଟି ଥିଲେ। ହେଲେ ମାସ କେତେଟା ଭିତରେ ଉଭୟଙ୍କ ମଧ୍ୟରେ ଥିବା ଭଲ ପାଇବା ଓ ପ୍ରେମ ଉଭେଇ ଯାଇଥିବା ଜଣା ପଡ଼ିଛି। ହାର୍ଦିକ ଏବେ ଏଲି ନୁହେଁ ଆଉ ଜଣେ ବଲିଉଡ୍‌ ସୁନ୍ଦରୀ ଈଶା ଗୁପ୍ତାଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଚର୍ଚା ହେଉଛି। ଈଶା ଏବଂ ହାର୍ଦିକ ଏକ ପାର୍ଟିରେ ଦେଖା ହୋଇଥିଲେ। ସେବେଠାରୁ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ। ତେବେ ଉଭୟ ଏବେ ପରସ୍ପରକୁ ଜାଣିବାରେ ଅଧିକ ସମୟ କଟାଉଛନ୍ତି। ଲୁଚି ଛପି ମଧ୍ୟାହ୍ନ ଏବଂ ରାତ୍ର ଭୋଜନ ଯିବାର ଯୋଜନା ବି କରୁଛନ୍ତି। ହେଲେ ଗଣମାଧ୍ୟମକୁ ଡରି ଏକାଠି ଏପର୍ଯ୍ୟନ୍ତ ଏକାଠି କୁଆଡ଼େ ବାହାରୁ ନାହାନ୍ତି। ଏହି ବିଷୟରେ ଉଭୟ ମଧ୍ୟ ମୁହଁ ଖୋଲି ନାହାନ୍ତି। ବଲିଉଡ୍‌ ଏବଂ କ୍ରିକେଟ୍‌ ସଂପର୍କ ବହୁ ପୁରୁଣା। ବିରାଟ କୋହଲି-ଅନୁଷ୍କା ଶର୍ମା, ସାଗରିକା ଘଟକେ-ଜାହିର ଖାନ୍‌ ବିବାହ ବନ୍ଧନରେ ଆବନ୍ଧ ହୋଇ ସାରିଛନ୍ତି। ହାର୍ଦିକ ସମ୍ଭବତଃ ସେମାନଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ଈଶା ଶେଷ ଥର ପାଇଁ ୨୦୧୭ରେ ମୁକ୍ତିଲାଭ କରିଥିବା ବାଦସାହୋ ଚଳଚ୍ଚିତ୍ରରେ ଦେଖାଯାଇଥିଲେ।



from ଖେଳ – Sambad https://ift.tt/2JKRC3i

Post a Comment

0Comments
Post a Comment (0)