
ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ଲୋକମାନଙ୍କୁ ଖରାପ ପାଣିପାଗ ନେଇ ସତର୍କ ସୂଚନା ପଠାଇବା ପାଇଁ ଭାରତ ସଞ୍ଚାର ନିଗର ଲିମିଟେଡ୍(ବିଏସ୍ଏନ୍ଏଲ୍) ସହିତ ହାତ ମିଳାଇଛି ବୋଲି କେନ୍ଦ୍ରମନ୍ତ୍ରୀମଣ୍ଡଳର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସାଧାରଣ ଲୋକଙ୍କ ପାଖରେ କିଭଳି ପାଣିପାଗର ସୂଚନା ପହଞ୍ଚି ପାରିବ ସେନେଇ ଯୋଜନା ଆରମ୍ଭ କରି ଦିଆଯାଇଛି। ଯଦି ପାଣିପାଗ ବିଭାଗ ଯେମିତି ଝଡ଼, ତୋଫାନ୍, କାଳବୈଶାଖୀ ଆଦି କୌଣସି ସୂଚନା ପଠାଏ ତେବେ ତାହାକୁ ଦିଲ୍ଲୀର ବିଏସ୍ଏନ୍ଏଲ୍ର ସମସ୍ତ ନମ୍ବରକୁ ପଠାଇ ଦିଆଯିବ।
ଆର୍ଥ ସାଇନ୍ସ୍ ଅଫିସିଆଲ ମିନିଷ୍ଟ୍ରି ଏମ୍.ରାଜିବନ କହିଛନ୍ତି, ପାଣିପାଗ ଯଦି ବେଶି ଖରାପ ହେଲା ତେବେ ଏସମ୍ପର୍କରେ ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କ ଫୋନ୍କୁ ସୂଚନା ପଠାଇ ଦିଆଯିବ। ଏହି ସୂଚନା ସେତେବେଳେ ବି ଉପଭୋକ୍ତାଙ୍କ ନମ୍ବରକୁ ଆସିବ ଯେତେବେଳେ ସେମାନେ ବିଶେଷ ଟେଲିକମ୍ ସର୍କଲରେ ନଥିବେ। ଉଦାହରଣ ସ୍ୱରୂପ, ଯଦି ବିଏସ୍ଏନ୍ଏଲ୍ର କୌଣସି ଉପଭୋକ୍ତା ପୁଣେରୁ ଦିଲ୍ଲୀ ଆସିଛି। ସେହି ସମୟରେ ଖରାପ ଖରାପ ନେଇ ପାଣିପାଗ ପୂର୍ବାନୁମାନ କରିଛି। ସେତେବେଳେ ବି ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କୁ ସୂଚନା ମିଳିପାରିବ। ତେବେ ଏହାକୁ ଏକ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଉଛି। ସଫଳ ହେଲେ ଏହି ଯୋଜନାକୁ ଅନ୍ୟ ପାଣିପାଗ ବିଭାଗ ସହିତ ବି ସଂଯୋଗ କରାଯିବ।
from ବାଣିଜ୍ୟ – Sambad https://ift.tt/2kuJSY9