ଓ୍ଵିଲିୟମ୍‌ସନ୍‌-ପଠାନଙ୍କ ବିସ୍ଫୋକର ବ୍ୟାଟିଂ, ଆଇପିଏଲ୍‌ ୧୧ ଟାଇଟଲ୍‌ ପାଇଁ ଚେନ୍ନାଇକୁ ୧୭୯ ରନ୍‌ ଟାର୍ଗେଟ ଦେଲା ହାଇଦ୍ରାବାଦ୍‌

zisanmohammad
0
ଓ୍ଵିଲିୟମ୍‌ସନ୍‌-ପଠାନଙ୍କ ବିସ୍ଫୋକର ବ୍ୟାଟିଂ, ଆଇପିଏଲ୍‌ ୧୧ ଟାଇଟଲ୍‌ ପାଇଁ ଚେନ୍ନାଇକୁ ୧୭୯ ରନ୍‌ ଟାର୍ଗେଟ ଦେଲା ହାଇଦ୍ରାବାଦ୍‌

ମୁମ୍ବାଇ: ୟୁସୁଫ ପଠାନ୍‌ଙ୍କ ଅପରାଜିତ ୪୫ ରନ୍‌ ଓ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ହାଇଦ୍ରାବାଦ୍‌ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୭୮ ରନ୍‌ ସଂଗ୍ରହ କରିଛି। ଫଳରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଆଇପିଏଲ୍‌ ୧୧ ଟାଇଟଲ୍‌ ବିଜୟ ପାଇଁ ୧୭୯ ରନ୍‌ ବିଜୟ ଟାର୍ଗେଟ୍‌ ମିଳିଛି। ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍‌ ବୋଲିଂ କରିଥିଲା।

ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ହାଇଦ୍ରାବାଦ୍‌ ୧୩ ରନ୍‌ରେ ଶ୍ରୀବତ୍‌ ଗୋସ୍ୱାମୀଙ୍କୁ ହରାଇଥିଲା। ଦଳୀୟ ସ୍କୋର ୬୪ ରନ୍‌ ଥିବା ବେଳେ ଶିଖର ଧାଓ୍ଵାନ୍‌ ଆଉଟ୍‌ ହୋଇଥିଲେ। ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ୩୬ଟି ବଲ୍‌ ଖେଳି ୪୭ ରନ୍‌ ସଂଗ୍ରହ କରିବା ପରେ କର୍ଣ୍ଣ ଶର୍ମାଙ୍କ ବଲକୁ ମହେନ୍ଦ୍ର ସିଂହ ଧୋନି ଷ୍ଟମ୍ପିଙ୍ଗ କରିଥିଲେ। ହାଇଦ୍ରାବାଦ୍‌ ୧୩୩ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ରେ ସାକିବୁଲ ହାସନଙ୍କୁ ହରାଇଥିବାବେଳେ ପଞ୍ଚମ ଓ୍ଵିକେଟ୍‌ରେ ଦୀପକ ହୁଡ଼ା ପାଭଲିଅନ୍‌ ଫେରିଥିଲେ।

ହାଇଦ୍ରାବାଦ୍‌ର ଶିଖର ଧାଓ୍ଵନ୍‌ ୨୬ ରନ୍‌, ସାକିବୁଲ ହାସନ ୨୩ ରନ୍‌ ଓ କାର୍ଲୋସ ବ୍ରେଥେଓ୍ଵଟ୍‌ ୨୧ ରନ୍‌ ସଂଗ୍ରହ କରିଥିବା ବେଳେ ଚେନ୍ନାଇର ଲୁଙ୍ଗି ଏନ୍‌ଗିଡି, ଶାର୍ଦ୍ଦୁଲ ଠାକୁର, କର୍ଣ୍ଣ ଶର୍ମା, ଡେ୍ଵନ୍‌ ବ୍ରାଭୋ ଓ ରବୀନ୍ଦ୍ର ଜଦେଜାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।



from Leading – Sambad https://ift.tt/2L0rDFc

Post a Comment

0Comments
Post a Comment (0)