
ଗଣମାଧ୍ୟମର ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ମହନ୍ତ କହିଛନ୍ତି, ଏବେ ବି ସମୟ ଅଛି, ଯଦି ସରକାର ଏବେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ନକରନ୍ତି ଏହା ଦ୍ୱାରା ବିଜେପି କ୍ଷତି ହେବ। ସେ କହିଛନ୍ତି, ଦେଶର ଜନତା ଓ ସନ୍ଥ ଧର୍ମାଚାର୍ଯ୍ୟ କେନ୍ଦ୍ର ସରକାରକୁ ରାମ ମନ୍ଦିର ନିର୍ମାଣ ପାଇଁ କ୍ଷମତାର ଶୀର୍ଷକୁ ପଠାଇଛନ୍ତି। ଏଥି ପାଇଁ ଏହି କର୍ତ୍ତବ୍ୟ ସମସ୍ତଙ୍କ ଭାବନାକୁ ସମ୍ମାନ କରି ସରକାର ଶୀଘ୍ର ରାମମନ୍ଦିର ନିର୍ମାଣ ଆରମ୍ଭ କରିବା ଦରକାର।
ସରକାରଙ୍କ ଯୋଜନା ଉପରେ ନ୍ୟାସର ଅଧ୍ୟକ୍ଷ କହିଛନ୍ତି, ଅଯୋଧ୍ୟାର ବିକାଶ ପାଇଁ ସରକାର ବିସ୍ତତ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ପର୍ଯ୍ୟଟକ ଚାହୁଁଛନ୍ତି, ଆହୁରି ବିକାଶ କାମ ହେଉ। ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ ହେବା ଦରକାର। ଏହା ହେବା ଦ୍ୱାରା ଆମର ଉପଲବ୍ଧି ସାର୍ଥକ ହୋଇ ପାରିବ।
from ଦେଶ- ବିଦେଶ – Sambad https://ift.tt/2siiAre
