ସୁନ୍ଦରଗଡ଼: ବାପର ବାରିସି ଚୋଟରେ ଆହତ ପୁଅର ମୃତ୍ୟୁ

zisanmohammad
0

ସୁନ୍ଦରଗଡ଼: ବାପର ବାରିସି ଚୋଟରେ ଆହତ ପୁଅର ମୃତ୍ୟୁ ।


ସୁନ୍ଦରଗଡ଼: ବାପର ବାରିସି ଚୋଟରେ ଆହତ ପୁଅର ମୃତ୍ୟୁ
ସୁନ୍ଦରଗଡ଼: ବାପର ବାରିସି ଚୋଟରେ ଆହତ ପୁଅର ମୃତ୍ୟୁ

ସୁନ୍ଦରଗଡ଼: ବାପର ବାରିସି ଚୋଟରେ ଆହତ ପୁଅର ମୃତ୍ୟୁ:

ସୁନ୍ଦରଗଡ଼: ଟାଉନ୍‌ ଥାନା ଅଧୀନସ୍ଥ ରାଣୀବଗିଚା ଅଞ୍ଚଳର ଜଣେ ବାପାଙ୍କ ବାରିସି ଚୋଟରେ ମାରାତ୍ମକ ଆହତ ହୋଇଥିବା ପୁଅର ଗତ ଶନିବାର ପ୍ରତ୍ୟୁଷ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
୭୨ ବର୍ଷିୟ ରାମ ବଢ଼େଇଙ୍କ ୩୮ ବର୍ଷିୟ ପୁଅ ପ୍ରତାପ ବଢ଼େଇ ମଦ ପିଇ ଘରେ ଝଗଡ଼ାଛାଟି କରେ। ଗତ ଶୁକ୍ରବାର ଅପରାହ୍ଣରେ ମଧ୍ୟ ସେ ଅନୁରୂପ ଭାବେ ଝଗଡ଼ା କରିଥିଲା। ଏଥିରେ ଅସ୍ଥିର ଓ ଭୀଷଣ ରାଗି ଯାଇ ରାମ ବଢ଼େଇ ଏ ବାରିସି ଆଣି ତା’ର ବେକ, ହାତ ଓ ପିଠିର ତିନି ଚୋଟ ପକାଇ ଥିଲେ। ଆହତ ପ୍ରତାପଙ୍କୁ ତୁରନ୍ତ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ଦୁଇଟା ବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
ଶନିବାର ବିଳମ୍ବିତ ରାତ୍ରୀରେ ତାଙ୍କ ଶବ ଘରକୁ ଆସିବା ପରେ ଟାଉନ୍‌ ଥାନା ପୁଲିସ ରାମ ବଢ଼େଇଙ୍କୁ ଗିରଫ କରି ନେଇଛି।

ସୁନ୍ଦରଗଡ଼: ବାପର ବାରିସି ଚୋଟରେ ଆହତ ପୁଅର ମୃତ୍ୟୁ

Post a Comment

0Comments
Post a Comment (0)