ଝାରସୁଗୁଡ଼ା: ଚଢ଼ିଗଲା ହାଇଓ୍ଵା, ଜଣେ ମୃତ, ୨ ଗୁରୁତର

zisanmohammad
0
 ଝାରସୁଗୁଡ଼ା: ଚଢ଼ିଗଲା ହାଇଓ୍ଵା, ଜଣେ ମୃତ, ୨ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା  ଅନ୍ତର୍ଗତ   ଛୁଆଳିବେର୍ଣ୍ଣା ଠାରେ  ଏଲ ଏଣ୍ଡ ଟି କମ୍ପାନିର ରେଲେଓ୍ଵ କାର୍ଯ୍ୟ ପାଇଁ   ମାଟି ପୋତିବା କାର୍ଯ୍ୟ ଚାଲିଥିବା  ଏକ ହାଇଓ୍ଵା ଭାରସାମ୍ୟ ହରାଇ ଚଢ଼ିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଜଣକ ହେଉଛନ୍ତି ଏଲଏଣ୍ଡଟି କମ୍ପାନିର ସୁପରଭାଇଜର ତଥା ଛୁଆଳିବେର୍ଣ୍ଣା ଗାଁର  କୃଷ୍ଣଚନ୍ଦ୍ର ସାହୁ(୨୪ ବର୍ଷ) ।ଅନ୍ୟ ଦୁଇ ଆହତ ହେଉଛନ୍ତି  ଦୋଳାମଣି  ସା ଓ ଲୁଣା ସାହୁ। ଏହି ତିନି ଜଣ ସୁପରଭାଇଜର ଗତକାଲିି ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ମାଟି ପୋତା କାର୍ଯ୍ୟକୁ ତଦାରଖ ପାଇର୍ଁ ସେଠାରେ ବସିଥିବା ବେଳେ ହାଇଓ୍ଵା ମାଟି  ଅନ୍‌ଲୋଡ କରି  ସାରିବା ବେଳେ ପଛକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।  ମୃତାହତମାନଙ୍କୁ  ଝାରସୁଗୁଡ଼ର ଜିଳ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଛୁଆଳିବେର୍ଣ୍ଣା ଗାଁରେ ଉତ୍ତେଜନା ଦେଖାଦେଇଛି।



from Leading – Sambad https://ift.tt/2JdvykK

Post a Comment

0Comments
Post a Comment (0)