ମୀନାବଜାର ଦୁର୍ଘଟଣା: ଟ୍ରଲି ସହ ଚକ୍ରୀଦୋଳିରୁ ପଡ଼ି ୧୦ ବର୍ଷୀୟ ବାଳିକା ମୃତ; ୬ ଆହତ

zisanmohammad
0
ମୀନାବଜାର ଦୁର୍ଘଟଣା: ଟ୍ରଲି ସହ ଚକ୍ରୀଦୋଳିରୁ ପଡ଼ି ୧୦ ବର୍ଷୀୟ ବାଳିକା ମୃତ; ୬ ଆହତ

ଅନନ୍ତପୁର (ଆନ୍ଧ୍ରପ୍ରଦେଶ): ରବିବାର ରାତିରେ ଏକ ରାମଝୁଲା ବା ଚକ୍ରୀଦୋଳି ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ୧୦ ବର୍ଷୀୟ ବାଳିକାର ତତ୍‌କ୍ଷଣାତ୍‌ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଯୋଗୁଁ ଆହୁରି ତିନି ଜଣ ପିଲାଙ୍କ ସମେତ ଛଅ ଜଣ ଆହତ ହୋଇଛନ୍ତି।

ବୋଲ୍‌ଟ୍‌ ବାହାରି ଯିବାରୁ ଘୂରୁ ଥିବା ଏହି ବିଶାଳ ଚକ୍ରୀର ଗୋଟିଏ ଟ୍ରଲି କାର୍‌ ଦୁର୍ଘଟନାଗ୍ରସ୍ତ ହୋଇ ସେଥିରେ ଥିବା ପିଲା ସହ ଉପରୁ ତଳକୁ ଖସି ପଡ଼ିବା ବେଳେ ସଭିଏଁ ଆତଙ୍କରେ ଚାହିଁ ରହିଥିଲେ।

ଅମୃତା ନାମ୍ନୀ ସେ ବାଳିକାଟି ଆୟୋଜିତ ମୀନାବଜାର ବା ମେଳା ବୁଲି ଯାଇଥିଲା। ଅନନ୍ତପୁର ଜୁନିୟର୍‌ କଲେଜ୍‌ ଗ୍ରାଉଣ୍ଡ୍‌ରେ ଆୟୋଜିତ ହୋଇଥିଲା। ଏଣେ ଗ୍ରୀଷ୍ମଛୁଟିକୁ ତେଣେ ସପ୍ତାହନ୍ତ ସନ୍ଧ୍ୟା ଥିବାରୁ ମେଳାରେ ଗହଳି ହୋଇଥିଲା।

ଆହତ ଲୋକମାନଙ୍କୁ ଅନନ୍ତପୁର ଜେନେରାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଦେଖଣାହାରୀଏ କହନ୍ତି: ବୋଲ୍‌ଟ୍‌ ଢିଲା ଥିବା ଦେଖି ସେମାନେ ଚକ୍ରୀ ଚାଳକଙ୍କୁ କହିଥିଲେ। କିନ୍ତୁ ସେ ନିଶାସକ୍ତ ଥିବା ଯୋଗୁଁ ସହସା କିଛି କରି ପାରିଲା ନାହିଁ।

ଦୁର୍ଘଟନା ପରେ ପରେ ସ୍ଥାନୀୟ ଲୋକେ ଚକ୍ରୀ ଚାଳକଙ୍କୁ ଧରି ନିସ୍ତୁକ ମାଡ଼ ଦେଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ଆଦେଶ ଦେଇଛନ୍ତି।



from Leading – Sambad https://ift.tt/2GYpVBA

Post a Comment

0Comments
Post a Comment (0)