
ନୂଆଦିଲ୍ଲୀ: ମୋମୋ ପାଇଁ ଅଝଟ କରି କନ୍ଦାକଟା କରୁଥିବା ପୁଅକୁ ମାତାଲ ଅବସ୍ଥାରେ ଥିବା ଜଣେ ୩୧ ବର୍ଷିୟ ବାପା ଆଗ୍ରା କେନାଲକୁ ଫିଙ୍ଗି ଦେଇଥିବା କଥା ପୁଲିସ ରବିବାର ଦିନ କହିଛି।
ଗତକାଲି ପୁଲିସକୁ ଏ ବିଷୟରେ ସୂଚନା ଦିଆଯାଇଥିଲା।
ତଦନ୍ତ ବେଳେ ଜଣାପଡ଼ିଲା ଯେ ମଦ ପିଇଥିବା ସଞ୍ଜୟ ଅଲ୍ଓ୍ଵି ତାଙ୍କର ୬ ବର୍ଷିୟ ପୁଅକୁ ନେଇ ଖାଦର ପୁଲିୟା ଆସିଥିଲେ। ପୁଅଟି ମୋମୋ ପାଇଁ କନ୍ଦାକଟା କରୁଥିଲା।
ହଠାତ୍ ସେ ତାଙ୍କ ପୁଅଟିକୁ ଖାଦର ପୁଲିୟାରୁ କେନାଲ ମଧ୍ୟକୁ ଫିଙ୍ଗି ଦେଇଥିଲା। ସେଠାରେ ଉପସ୍ଥିତ ଲୋକେ ଏ ବିଷୟରେ ପୁଲିସକୁ ଖବର ଦେଇଥିଲେ।
ପୁଲିସ ସ୍ଥାନୀୟ ବୁଡ଼ାଳିମାନଙ୍କୁ ଡକାଇବା ସହ ଦମକଳ ବାହିନୀ, ଉଦ୍ଧାରକାରୀ ଦଳ, ବିପର୍ଯ୍ୟୟ ପ୍ରଶମନ ଦଳ ଆଦିଙ୍କୁ ଡକାଇ ପିଲାଟିକୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ କରିଥିଲା। କିନ୍ତୁ ବିଳମ୍ବିତ ରାତି ସୁଦ୍ଧା ସେମାନେ ତାକୁ ଠାବ କରିବାରେ ଅସଫଳ ହୋଇଥିଲେ।
ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଚାଲୁ ରହିବା ପରେ ପିଲାଟିର ଶବ କେନାଲରୁ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତ ବାପ ଜଣେ ଇ-ରିକ୍ସା ଚାଳକ। ତାଙ୍କୁ ପୁଲିସ ଗିରଫ କରିଛି।
from Leading – Sambad https://ift.tt/2Jcja4c