‘ଓମ୍‌’ରେ ଏକାଠି ଆସିପାରି ନ ଥିଲେ, ଏବେ ଆସୁଛନ୍ତି ଓଲିଉଡର ଏହି ନାୟକ-ନାୟିକା ଯୋଡ଼ି

zisanmohammad
0

ଭୁବନେଶ୍ୱର: ଓଲିଉଡରେ ଲୋକପ୍ରିୟ ନାୟକ, ନାୟିକା ସମ୍ବିତ୍‌ ଓ ପୁନମ୍‌ ମିଶ୍ର ପ୍ରଥମ ଥରପାଇଁ ଏକାଠି ହେଲେ । ଆଗରୁ ସମ୍ବିତ ଓ ପୁନମ୍‌ଙ୍କୁ ଏକାଠି କୌଣସି ସିନେମାରେ ଏଯାଏଁ ଦେଖିବାକୁ ପାଇନାହାନ୍ତି ଦର୍ଶକ। ସମ୍ବିତଙ୍କ ବିପକ୍ଷରେ ପୁନମ୍‌ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ଓମ୍‌’ରେ ନଜର ଆସିବାର ଥିଲା,ମାତ୍ର ତାହା ସମ୍ଭବ ହୋଇ ନ ଥିଲା। ଏହି ସିନେମାରେ ସମ୍ବିତଙ୍କ ବିପକ୍ଷରେ ନଜର ଆସିଥିଲେ ପ୍ରକୃତି ମିଶ୍ର ।


ତେବେ ସେ ଯାହା ହେଉନା କାହିଁକି ,ଏବେ ଗୋଟିଏ ନୁହେଁ ବରଂ ଦୁଇଟି ନୂଆ ଓଡ଼ିଆ ସିନେମାରେ ନଜର ଆସିବେ ସମ୍ବିତ-ପୁନମ୍‌ଙ୍କ ଯୋଡ଼ି। ଏ ଦୁଇଟି ଫିଲ୍ମ ହେଲା ‘ଆଓ୍ଵାରା ଦିଲ୍‌’ ଓ ‘ଟିକେ ଲଭ୍‌ ଟିକେ ଟ୍ଵିଷ୍ଟ୍‍’।ଏଥି ମଧ୍ୟରୁ ପ୍ରଥମଟିର ନିର୍ଦ୍ଦେଶନା ଦେଉଛନ୍ତି ସୁଧାକର ବସନ୍ତ ଓ ଦ୍ୱିତୀୟଟିର ନିର୍ଦ୍ଦେଶକ ହେଲେ ଏମ୍‌ .କେ.ମୁରଲୀ ଧରନ୍‌। ଏ ଦୁଇଟି ସିନେମାର ସଂଳାପ ଲେଖିଛନ୍ତି ଡ଼.ରଜନୀ ରଂଜନ। ଏହାର ପ୍ରଯୋଜକ ହେଲେ ଅଭିନେତା ସମ୍ବିତ ଆଚାର୍ଯ୍ୟ,ସମରେଶ ରାଉତରାୟ ଓ ଦୁର୍ଗା ଶଙ୍କର ମିଶ୍ର (ବୁଲୁ)।

ସମ୍ବିତ୍‌ ୨୦୧୧ରେ ରିଲିଜ୍‌ ହୋଇଥିବା ଓଡ଼ିଆ ସିନେମା ‘ପ୍ରେମ୍‌ ଓ୍ଵଡ୍‌ସ ପ୍ରିୟା’ରୁ ହିରୋ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ପୁନମ୍‌ ମିଶ୍ର ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ବାଇଶି ପାହାଚେ ଖେଳିବ ମୀନ’ ଜରିଆରେ ଓଲିଉଡରେ ହିରୋଇନ୍‌ ଭାବେ ଡେବ୍ୟୁ କରିଥିଲେ।



from ମନୋରଞ୍ଜନ – Sambad https://ift.tt/2YWj18V

Post a Comment

0Comments
Post a Comment (0)