ସ୍ୱାଧୀନତା ଦିବସ ପୂର୍ବରୁ ବିମାନ ବନ୍ଦରର ସୁରକ୍ଷା ପାଇଁ ସତର୍କ ସୂଚନା ଜାରି କଲେ ସରକାର

zisanmohammad
0

ନୂଆଦିଲ୍ଲୀ/ମୁମ୍ବାଇ: ସ୍ୱାଧୀନତା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ବିମାନରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଦେଶର ସମସ୍ତ ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା କଠୋର କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି।

କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ପ୍ରତିରୋଧ କରିବାକୁ ନିରାପତ୍ତା ପ୍ରୋଟକଲ୍‌ କଠୋର କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ଏହି ନିରାପତ୍ତା ପରାମର୍ଶରେ କୁହାଯାଇଛି।

ପରାମର୍ଶନାମାରେ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି କି, ଅପ୍ରୀତିକର ପରିସ୍ଥିତିକୁ ପ୍ରତିରୋଧ କରିବାକୁ ବିମାନ ବନ୍ଦର ସମେତ ସ୍ପର୍ଶକାତର ସ୍ଥାନଗୁଡ଼ିକରେ ଯଥେଷ୍ଟ ନିରାପତ୍ତା ବ୍ୟବସ୍ଥା ଯୋଗାଇ ଦିଆଯାଉ।

ସମସ୍ତ ଭାରତୀୟ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ୍‌ (ବିସିଏଏସ୍‌) ଜାରି କରିଥିବା ବିସ୍ତାରିତ ପରାମର୍ଶନାମାରେ ପରିମାର୍ଜିତ ଏବଂ କଠୋର କରାଯାଇଥିବା ନିରାପତ୍ତା ନିୟମାବଳୀ ପାଳନ କରିବାକୁ କୁହାଯାଇଛି। ବିଶେଷକରି, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଦିଲ୍ଲୀ ଭଳି ମେଟ୍ରୋସିଟିରେ ଏହି ନିୟମାବଳୀ ସୂଚାରୁ ରୂପେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।



from ଦେଶ- ବିଦେଶ – Sambad https://ift.tt/2KkCdsR

Post a Comment

0Comments
Post a Comment (0)