ମହିଳାଙ୍କୁ ଆକ୍ରମଣ କରି ଯୁବକ ଗିରଫ

zisanmohammad
0

ଭୁବନେଶ୍ବର : ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅଞ୍ଚଳର ଲକ୍ଷ୍ମୀକାନ୍ତ ଦାସ ଓରଫ ବବୁଲ୍‌କୁ ଗିରଫ କରିଛି। ତା’ଘର ୟୁନିଟ୍-୯ ମଙ୍ଗଳାମନ୍ଦିର ବସ୍ତିରେ। ପୁଲିସ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୟୁନିଟ୍-୩ ମ୍ୟୁନିସିପାଲିଟି କଲୋନିର ଏସ୍‌କେ ଫିରୋଜ୍‌ଙ୍କ ପରିବାର ସହ ବବୁଲ୍‌ର ବିବାଦ ଲାଗି ରହିଥିଲା। ବୁଧବାର ରାତିରେ ଫିରୋଜ୍‌ଙ୍କ ଘରକୁ ଯାଇ ବବୁଲ୍‌ ଗାଳିଗୁଲଜ କରିବା ସହ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିଲା। ଫିରୋଜଙ୍କୁ ମାଡ଼ ମଧ୍ୟ ମାରିଥିଲା। ଏନେଇ ଫିରୋଜ୍‌ଙ୍କ ପତ୍ନୀ ଖାରବେଳ ଥାନାରେ ଅଭିଯୋଗ କରିଥିଲେ।

ଗେଷ୍ଟ୍ ହାଉସରେ ଅତିଥିଙ୍କୁ ଲୁଟ୍‌, ୨ କର୍ମଚାରୀ ଗିରଫ

ପୁରୁଣା ଭୁବନେଶ୍ୱର : ବଡ଼ଗଡ଼ ଥାନା ଅଧୀନ ବିଜେବିନଗର ହୋମ୍ ଲାଇଟ୍ ଗେଷ୍ଟ୍ ହାଉସ୍‌ରେ ଜଣେ ବଙ୍ଗୀୟ ଅତିଥିଙ୍କ ବ୍ୟାଗ୍‌ ଲୁଟ୍ ଅଭିଯୋଗରେ ପୁଲିସ ଦୁଇ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ସେହି ଗେଷ୍ଟ ହାଉସର କେୟାରଟେକର୍‌ ପୀୟୂଷ ପ୍ରକାଶ ଦାସ (୩୩) ଓ ମ୍ୟାନେଜର୍‌ ବିଶ୍ୱଜିତ ଷଣ୍ଢ(୨୦)। ପୀୟୂଷର ଘର ଭଦ୍ରକ ହୋଇଥିବା ବେଳେ ବିଶ୍ୱଜିତର ଘର ପୁରୀ ବ୍ରହ୍ମଗିରି ଅଞ୍ଚଳରେ। ଘଟଣା ସମ୍ପର୍କରେ ସଂପୃକ୍ତ ଗେଷ୍ଟ ହାଉସ୍‌ରେ ରହୁଥିବା ଅଭିଷେକ ଚକ୍ରବର୍ତ୍ତୀ ଅଭିଯୋଗ କରିଥିଲେ। ଅଭିଷେକଙ୍କ ବ୍ୟାଗରୁ ଦାମୀ କପଡା, ପେନ୍‌ଡ୍ରାଇଭ ସହ କିଛି ଜରୁରୀ କାଗଜପତ୍ର ସେମାନେ ଚୋରି କରିଥିଲେ।

ଅସଦାଚରଣ ମାମଲାରେ ଜେଲ୍‌ ଗଲା ଯୁବକ

ଧଉଳି : ଘରେ ପଶି ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଧଉଳି ଥାନା ପୁଲିସ ଆଜି ବସନ୍ତପୁର ଗ୍ରାମର ଚନ୍ଦନ ଦାଶ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍‌ ଆବେଦନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଚନ୍ଦନ ବିରୋଧରେ ଧଉଳି ଥାନା ଅଞ୍ଚଳର ଜଣେ ନାବାଳିକା ଅଭିଯୋଗ କରିଥିଲେ। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍‌ ରହିଛି। ପୁଲିସ ସୂଚନା ମୁତାବକ, ଚନ୍ଦନ ଓ ତା’ର ଜଣେ ସହଯୋଗୀ ନାବାଳିକାଙ୍କୁ ବାରମ୍ବାର ଅସଦାଚାରଣ କରି ଆସୁଥିଲେ। ଗତ ମେ’ ୧୭ ତାରିଖରେ ଉଭୟ ନାବାଳିକାଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରିଥିଲେ। ଏନେଇ ଅଭିଯୋଗ ହେବାରୁ ପୁଲିସ ନଂ ୬୭/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।



from ଅପରାଧ – Sambad https://ift.tt/2KlV32V

Post a Comment

0Comments
Post a Comment (0)