ସୁଷମା ସ୍ବରାଜଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ : ଭାରତୀୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା

zisanmohammad
0

ଭୁବନେଶ୍ବର: ବରିଷ୍ଠ ରାଜନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ଟୁଇଟ୍ ଯୋଗେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିବଂଗତ ସୁଷମା ସ୍ବରାଜ ଜଣେ ସମ୍ମାନାସ୍ପଦ ତଥା ଅଭିଜ୍ଞ ରାଜନେତା ଥିଲେ। ସାଧାରଣ ଲୋକଙ୍କର ସାମାନ୍ୟ ସମସ୍ୟାକୁ ବ୍ୟକ୍ତିଗତ ଆଗ୍ରହ ସହକାରେ ଗୁରୁତ୍ବର ସହ ଗ୍ରହଣ କରୁଥିଲେ। ତାଙ୍କର ବିୟୋଗରେ ଭାରତୀୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟିହୋଇଛି। ମୁଁ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରୁଛି।

ଗତ ରାତିରେ ହୃଦ୍‌ଘାତରେ ସୁଷମା ସ୍ବରାଜଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ  ତାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ବହୁ ମନ୍ତ୍ରୀ ଓ ନେତା ଶେଷ ଦର୍ଶନ ପାଇଁ ଏମ୍‌ସରେ ପହଞ୍ଚିଥିଲେ।



from ଦେଶ- ବିଦେଶ – Sambad https://ift.tt/2Kkz3Fz

Post a Comment

0Comments
Post a Comment (0)