ଦିନକୁ ୧୭ ଘଣ୍ଟା ପରିଶ୍ରମ କରୁଛନ୍ତି ସୁରକ୍ଷାକର୍ମୀ, ଯବାନଙ୍କ ସହ ଭୋଜନ କରି ପ୍ରଶଂସା କଲେ ଡୋଭାଲ

zisanmohammad
0

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଏବେ ସୁରକ୍ଷା ସ୍ଥିତିର ସମୀକ୍ଷା କରୁଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ | ସ୍ଥାନୀୟ ଲୋକଙ୍କୁ ଭେଟିବା ସହ ସେମାନଙ୍କ ଅସୁବିଧାକୁ ମଧ୍ୟ ବୁଝୁଛନ୍ତି | ତେବେ ଆତଙ୍କବାଦୀ ଆକ୍ରମଣ କରିବା ଆଶଙ୍କାରେ ଏବେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି | ସ୍ବାଧୀନତା ଦିବସ ଅବସରରେ ଜମ୍ମୁ କଶ୍ମୀରରେ ଏବେ ସୁରକ୍ଷା ଅଧିକ କଡ଼ାକଡ଼ି କରାଯାଇଛି। ଜମ୍ମୁ କଶ୍ମୀର ପୁଲିସ ଏବେ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି। ଜମ୍ମୁ କଶ୍ମୀରରେ କୌଣସି ସ୍ଥାନରେ କିଛି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସନ୍ଦିଗ୍ଧ ବସ୍ତୁ ଦେଖିଲେ ସଙ୍ଗେସଙ୍ଗେ ପୁଲିସରେ ଜଣାଇବାକୁ କୁହାଯାଇଛି।

କଡା ସୁରକ୍ଷା ବ୍ୟବସ୍ଥା ଆପଣାଇଥିବାରୁ ସୁରକ୍ଷାକର୍ମୀ ମଧ୍ୟ ଅନ୍ୟ ଦିନ ଅପେକ୍ଷା ଅଧିକ ସମୟ କାର୍ଯ୍ୟ କରୁଛନ୍ତି | ୨୪ ଘଣ୍ଟାରୁ ସୁରକ୍ଷାକର୍ମୀ ୧୭ ଘଣ୍ଟା କାର୍ଯ୍ୟ କରୁଛନ୍ତି | ତନତନ କରି ସମସ୍ତ ଅଂଚଳକୁ ଯାଞ୍ଚ କରୁଥିବା ସହ ପରିସ୍ଥିତି ଉପରେ କଡା ନଜର ମଧ୍ୟ ରଖିଛନ୍ତି | ତେବେ ଯବାନଙ୍କ ସହ ଖାଦ୍ୟ ଖାଇ ସେମାନଙ୍କ ମନୋବଳ ବଢ଼ାଇଛନ୍ତି ଅଜିତ ଡୋଭାଲ | ଗତକାଲି ଶ୍ରୀନଗରରେ ଥିବା ଆର୍ମି କ୍ୟାଣ୍ଟିନରେ ଯବାନଙ୍କ ସହ ଖାଦ୍ୟ ଖାଇ ସୁରକ୍ଷାକର୍ମୀଙ୍କ ଦେଶ ପ୍ରତି ଥିବା ଅବଦାନକୁ ପ୍ରଶଂସା କରିଥିଲେ ଡୋଭାଲ |

ଏଠାରେ ସୂଚନା ଥାଉ କି କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏକୁ ସରକାର ଉଚ୍ଛେଦ କରିବା ସହିତ ଏହି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଦେଇଛନ୍ତି। ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିବା ଆଇନକୁ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଇତିମଧ୍ୟରେ ତାଙ୍କର ମୋହର ମଧ୍ୟ ମାରି ସାରିଛନ୍ତି।



from ଦେଶ- ବିଦେଶ – Sambad https://ift.tt/2KtWX1B

Post a Comment

0Comments
Post a Comment (0)