ଶ୍ରୀସନ୍ତଙ୍କୁ ଆଶ୍ବସ୍ତି, ଉଠିଲା ଆଜୀବନ ବାସନ୍ଦାଦେଶ

zisanmohammad
0

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କ୍ରିକେଟର ଏସ.ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ କୋହଳ କରି ଏହାକୁ ୭ ବର୍ଷ କରିଛି। ବିସିସିଆଇର ଏହି ନିଷ୍ପତ୍ତି ପରେ ୨୦୨୦ ସେପ୍ଟେମ୍ବର ୧୩ରେ ଶ୍ରୀସନ୍ତଙ୍କ ଏହି ପ୍ରତିବନ୍ଧକର ଅବଧି ଶେଷ ହେବ। ବିସିସିଆଇ ଲୋକପାଳ ଡିକେ ଜୈନ୍ ଏକ ନିର୍ଦ୍ଦେଶ ଜାରି କହିଛନ୍ତି, ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ବ୍ୟାନକୁ କମାଇ ୭ ବର୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ସୂଚନାଥାଉ କି ୧୩ ସେପ୍ଟେମ୍ବର, ୨୦୧୩ରେ ଶ୍ରୀସନ୍ତଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା।

ଏହା ପୂର୍ବରୁ ମାର୍ଚ୍ଚ, ୨୦୧୯ରେ ସୁପ୍ରିମକୋର୍ଟ ଶ୍ରୀସନ୍ତଙ୍କ ଉପରୁ ଆଜୀବନ ବାସନ୍ଦାଦେଶ ଉଠାଇଥିଲେ। ସୁପ୍ରିମକୋର୍ଟ କହିଥିଲେ, ବିସିସିଆଇ ପାଖରେ ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ କରିବାର ସବୁ ଅଧିକାର ଅଛି। ସୁପ୍ରିମକୋର୍ଟ କହିଥିଲେ ଯେ ବିସିସିଆଇ ଶ୍ରୀସନ୍ତଙ୍କ ଉପରେ ଲଗାଇଥିବା ଆଜୀବନ ବାସନ୍ଦାଦେଶ ଉପରେ ପୁନଃବିଚାର କରୁ। ୨୦୧୫ ଜୁଲାଇରେ ଶ୍ରୀସନ୍ତ, ଅଙ୍କିତ ଚୌହାନ ଓ ଅଜିତ ଚାନ୍ଦିଲା ସହିତ ସ୍ପଟ୍ ଫିକ୍ସିଂ ମାମଲାରେ ସମସ୍ତ ୩୬ଜଣଙ୍କ ନାମରେ ପଟିଆଲା ହାଉସ୍ କୋର୍ଟ ଅପରାଧିକ ମାମଲାରୁ ମୁକ୍ତ କରିଥିଲା।

ଶ୍ରୀସନ୍ତ ୨୦୦୫ରେ ନାଗପୁରରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସହିତ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ପଦାର୍ପଣ କରିଥିଲେ। ସେ ୨୦୦୬ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ପଦାର୍ପଣ କରିଥିଲେ। ସେ ୨୭ଟି ଟେଷ୍ଟରୁ ୩୭.୫୯ ହାରରେ ୮୭ ଓ୍ଵିକେଟ୍, ୫୩ଟି ଦିନିକିଆରୁ ୩୩.୪୪ ହାରରେ ୭୫ ଓ୍ଵିକେଟ୍ ନେଇଛନ୍ତି।



from ଖେଳ – Sambad https://ift.tt/2Nlecnt

Post a Comment

0Comments
Post a Comment (0)