
ଭୁବନେଶ୍ୱର: ଓଲିଉଡର ଜଣେ ଲୋକପ୍ରିୟ ନାୟିକାଙ୍କୁ ନାୟକ କହିବେ ‘ତୁ କହିଦେ ଆଇ ଲଭ ୟୁ’। ଏହା ଏକ ନୂଆ ସିନେମାର ଶୀର୍ଷକ ‘ତୁ କହିଦେ ଆଇ ଲଭ ୟୁ’ । ଏହି ସିନେମାରେ ନାୟକ ଭୂମିକାରେ ଅଛନ୍ତି ରାକେଶ ଓ ନାୟିକା ଭୂମିକାରେ ଅଛନ୍ତି ଦିବ୍ୟାଦିଶା। ଏହା ଏକ ରୋମାଣ୍ଟିକ୍ କମେଡି ବୋଲି ଶୁଣିବାକୁ ମିଳୁଛି। ତଥାପି ଏଥିରେ ରାକେଶଙ୍କର ଜବରଦସ୍ତ ଆକସନ୍ ସିନ ରହିଛି।
ଏହି ସିନେମାରେ ପ୍ରୀତିରାଜ, ମିହିର ଦାସ, ପ୍ରଜ୍ଞା ଓ ଜୀବନ ପଣ୍ଡା ପ୍ରମୁଖ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହାର ପ୍ରଯୋଜନା କରୁଛନ୍ତି ବିକ୍ରମ ମହାପାତ୍ର। ଏସ୍ ଜିତେନ୍ଦ୍ର କୁମାର ଏହାର ନିର୍ଦ୍ଦେଶକ ।
ରାକେଶଙ୍କର ଏହା ଦ୍ୱିତୀୟ ସିନେମା ହୋଇଥିବା ବେଳେ ଦିବ୍ୟାଙ୍କର ଏହା ତୃତୀୟ ସିନେମା। ରାକେଶଙ୍କର ପ୍ରଥମ ଓଡ଼ିଆ ସିନେମା ଥିଲା ‘ଲଭ ପ୍ରମିଜ୍’। ଅପରପକ୍ଷରେ ଦିବ୍ୟାଦିଶାଙ୍କର ପ୍ରଥମ ଓଡ଼ିଆ ସିନେମା ଥିଲା‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ । ଏବେ ତାଙ୍କ ଅଭିନୀତ ଦ୍ୱିତୀୟ ସିନେମା ‘ପ୍ରେମ ଏଟିଏମ୍’ଏବେ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଏହି ନୂଆ ଯୋଡ଼ି କି କମାଲ୍ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
from ମନୋରଞ୍ଜନ – Sambad https://ift.tt/2YJVI6s

