
ମୁମ୍ବାଇ: ରବିବାର ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ନୂଆଦିଲ୍ଲୀର ନିଗମ ଘାଟଠାରେ ହେଉଥିବା ବେଳେ ଅନେକଙ୍କ ମୋବାଇଲ୍ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ତେବେ ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ବୁବୁଲ୍ ସୁପ୍ରିୟ ଓ ସୋମ୍ ପ୍ରକାଶଙ୍କ ଫୋନ୍ ମଧ୍ୟ ଚୋରି ହୋଇଥିବା ଜାଣିବାକୁ ମିଳିଛି। ପୁଲିସ୍ ପକ୍ଷରୁ ଜାଣିବାକୁ ମିଳିଛି ଯେ ବାବୁଲ ସୁପ୍ରିୟ ତାଙ୍କ ଫୋନ୍ ଚୋରି ନେଇ ଥାନାରେ ଅଭିଯୋଗ ଆଣିଛନ୍ତି।
ବାବୁଲ ସୁପ୍ରିୟ ଅଭିଯୋଗ ଆଣି କହିଛନ୍ତି ଯେ ସେ ଓ ତାଙ୍କ ସଚିବ ଉଭୟଙ୍କ ଫୋନ୍ ଚୋରି ହୋଇଛି। ସେ କହିଛନ୍ତ ଯେ ସେଠାରେ ଏକ ସ୍ଥାନରେ ପାଣି ଜମି ଯାଇଥିବାରୁ ଲୋକ ଭିଡ଼ ଜମିଥିଲା। ଏହି ଲୋକ ଭିଡ଼ର ସୁଯୋଗ ନେଇ ଚୋର ପକେଟ୍ ମାରୁ କରିଥାଇପାରେ।
ବାବୁଲ ସୁପ୍ରିୟ ଆହୁରି ବି କହିଛନ୍ତି ଯେ ପ୍ରତି ୧୦ରୁ ୧୫ ମିନିଟ୍ ଭିତରେ ଜଣେ ନିଜର ଫୋନ୍ ଚୋରି କରୁଥିବା ଅଭିଯୋଗ କରିଥିଲେ। ଏ ନେଇ ସେ ପୁଲିସ୍କୁ ଦୋଷୀ କହୁନାହାନ୍ତି। ମାତ୍ର ସେଠାରେ ଥିବା ସିସିଟିଭି କ୍ୟାମେରା ସାହାଯ୍ୟରେ ଚୋରକଙ୍କୁ ଧରାଯାଇ ପାରେ ବୋଲି ଆଶା ପ୍ରକଟ କରିଛନ୍ତି। ସମୁଦାୟ ୧୧ଟି ଫୋନ୍ ଚୋରି ହୋଇଥିବା ସୂଚନା ରହିଛି।
from ମନୋରଞ୍ଜନ – Sambad https://ift.tt/2La7qOP