ଆଜି ପ୍ରଦର୍ଶିତ ହେବ ୧୭ କି.ମି.ଲମ୍ବର ଜାତୀୟ ପତାକା

zisanmohammad
0

ରାଉରକେଲା : ଆସନ୍ତାକାଲି (ଗୁରୁବାର) ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ମାର୍ଟ ସିଟିରେ ପ୍ରଦର୍ଶିତ ହେବ ୧୭ କି.ମି. ଜାତୀୟ ପତାକା। ହନୁମାନ ବାଟିକା ଛକରୁ ଛେଣ୍ଡ ଡିଏଭି, ସେକ୍ଟର-୧୪ ଡିପିଏସ୍‌ ସ୍କୁଲ ରିଂ ରୋଡ ଦେଇ ସେକ୍ଟର-୨ ବିଜୁ ପଟ୍ଟନାୟକ ଛକ ଯିବ। ସେଠାରୁ ପୁଣି ହନୁମାନବାଟିକା ପର୍ଯ୍ୟନ୍ତ ଆସିବ। ମାନବ ଶୃଙ୍ଖଳ ଜରିଆରେ ଜାତୀୟ ପତାକାକୁ ପ୍ରଦର୍ଶିତ କରାଯିବ। ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରୁ ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ ହେବ। ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କ ସହ ସହରର ମୋଟ ପ୍ରାୟ ୪୦ ହଜାର ଲୋକ ସାମିଲ ହେବ। ଗ୍ରୀନିଜ୍‌ ଓ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସାମିଲ ହେବା ପାଇଁ ଏଭଳି ନିଆରା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସ୍ମାଇଲ୍‌ ଫର୍‌ ଏଭର ଫାଉଣ୍ଡେସନ। ପୁଲୱାମାରେ ସହିଦ ସ୍ବର୍ଗତ ଅଜିତ ସାହୁଙ୍କ ପିତା ସନ୍ତୋଷ ସାହୁ ଜାତୀୟ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଜାତୀୟ ପତାକାକୁ ଧରି ଛିଡା ‌ହୋଇଥିବା ପ୍ରାୟ ୪୦ ହଜାର ଜନସାଧାରଣ ଏକକାଳୀନ ଜାତୀୟ ସଙ୍ଗୀତ ଗାନ କରିବେ। ଏତଦ୍‌ବ୍ୟତୀତ ‌ଓଡ଼ିଶାର ଲୋକନୃ୍ତ୍ୟ, ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହ ଦେଶ ଓ ରାଜ୍ୟର ବିଭିନ୍ନ ଲୋକ କଳାର ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ ହେବ। ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ୩ ମାସ ଧରି ୧୨ ଜଣ କାରୀଗର ଜାତୀୟ ପତାକା ତିଆରି କାମ ଲାଗିଥିଲେ। ଏଥିରେ ପ୍ରାୟ ୪୫ ହଜାର ମିଟର କପଡା ବ୍ୟବହୃ୍ତ ହୋଇଛି। ଏ ବାବଦରେ ପ୍ରାୟ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି।



from ଜିଲ୍ଲା – Sambad https://ift.tt/33yf4ef

Post a Comment

0Comments
Post a Comment (0)