ବାରବାଟୀ ଫ୍ଲଡ୍‌ ଲାଇଟ୍‌ କ୍ଷୟକ୍ଷତି ଅନୁଧ୍ୟାନ କଲେ ଦେବ୍‌ ମସ୍କୋ ବୈଷୟିକ ଅଧିକାରୀ, ୮ ଖୁଣ୍ଟରୁ ୫୬ ଲାଇଟ୍‌ ସମ୍ପୂର୍ଣ୍ଣ ନଷ୍ଟ

zisanmohammad
0

କଟକ : ବାତ୍ୟା ‘ଫନି’ ପ୍ରଭାବରେ ବାରବାଟୀ ଷ୍ଟାଡିୟମର ଫ୍ଲଡ୍‌ ଲାଇଟ୍‌ କ୍ଷତିଗ୍ରସ୍ତ ହୋଇଥିଲା। ଅଧିକା˚ଶ ଲାଇଟ୍‌ ଖସି ପଡ଼ିଥିବା ବେଳେ ଆଉ କେତେକ ପୋଡ଼ି ଯାଇଛି ଓ ଭାଙ୍ଗି ଯାଇଛି। ତେଣୁ ଡିସେମ୍ବରରେ ହେବାକୁ ଥିବା ଭାରତ-େଵଷ୍ଟ ଇଣ୍ତିଜ ଦିନିକିଆ କ୍ରିକେଟ୍‌ ପୂର୍ବରୁ ଫ୍ଲଡ୍‌ ଲାଇଟ୍‌ ମରାମତି କରାଯିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଏହି କ୍ଷୟକ୍ଷତି ବିଷୟରେ ଅନୁଧ୍ୟାନ କରିବାକୁ ଫ୍ଲଡ୍‌ ଲାଇଟ୍‌ ଲଗାଇଥିବା ସ˚ସ୍ଥା ‘ଦେବ୍‌ ମସ୍କୋ’ ପକ୍ଷରୁ ୨ ଜଣ ବୈଷୟିକ ଅଧିକାରୀ ବୁଧବାର ବାରବାଟୀ ପରିଦର୍ଶନ କରିଛନ୍ତି। ପ୍ରତ୍ୟେକ ଲାଇଟ୍‌ ପୋଷ୍ଟକୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ ନକ୍‌ସା ପ୍ରସ୍ତୁତ କରିଥିଲେ। ବାରବାଟୀରେ ମୋଟ ୮ ଖୁଣ୍ଟିରେ ୩୮୪ ଲାଇଟ୍‌ ଥିବାବେଳେ ସେଥିମଧ୍ୟରୁ ୫୬ ଲାଇଟ୍‌ ସ˚ପୂର୍ଣ୍ଣ ନଷ୍ଟ ହୋଇଥିବା ଅଧିକାରୀମାନେ କହିଛନ୍ତି। ସେଗୁଡିକ ସ୍ଥାନରେ ସ˚ପୂର୍ଣ୍ଣ ନୂଆ ଲାଇଟ୍‌ ଲଗାଯିବ। ଏହାବ୍ୟତୀତ ୨୦୦୩ ମସିହାରୁ ଲଗାଯାଇଥିବା ଅନ୍ୟ ଲାଇଟ୍‌ ଗୁଡିକୁ ବଦଳାଯାଇ ଏଲ୍‌ଇଡି ଲାଇଟ୍‌ ଲଗାଯିବାକୁ ଚିନ୍ତା କରାଯାଉଥିବା ସୂଚନା ଦିଆଯାଇଛି। ନଚେତ୍‌ ପୁରୁଣା ଲାଇଟ୍‌ ଲଗାଯାଇପାରେ। ତେବେ ଏହି ଦୁଇ ଜଣିଆ ଅଧିକାରୀ ନିଜ ସ˚ସ୍ଥାକୁ ରିପୋର୍ଟ ପ୍ରଦାନ କରିବା ପରେ କ୍ଷୟକ୍ଷତିର ଆକଳନ ରିପୋର୍ଟ ଓସିଏ ଓ ବିସିସିଆଇକୁ ପ୍ରଦାନ କରାଯିବ। ପାଣ୍ଠି ଆସିଲେ ସେଗୁଡିକୁ ମରାମତି କରାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଆନ୍ତର୍ଜାତିକ କ୍ରିକେଟର କପିଳ ଦେବଙ୍କ କମ୍ପାନୀ ‘ଦେବ୍‌ ମସ୍କୋ’ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ୨୦୦୩ ମସିହାରେ ଫ୍ଲଡ ଲାଇଟ୍‌ ଲଗାଇଥିଲେ। ଏହାପରଠୁ ବିଭିନ୍ନ ସମୟରେ ଆନ୍ତର୍ଜାତିକ ମ୍ୟାଚ ଆୟୋଜନ ପୂର୍ବରୁ ଆବଶ୍ୟକସ୍ଥଳେ ମରାମତି କରାଯାଉଥିଲା। ବାରବାଟୀ ଷ୍ଟାଡିୟମ ବ୍ୟତୀତ ମୁମ୍ବାଇର ବ୍ରାବର୍ଣ ଷ୍ଟାଡିୟମ, ପଞ୍ଜାବର ମୋହାଲି, ନାଗାଲାଣ୍ତର ଦିମାପୁର, ଆସାମର ସିଲଚର, ଛତିଶଗଡ଼ର ସହୀଦ ବୀର ନାରାୟଣ ସି˚ହ ଷ୍ଟାଡିୟମ, ଗୁଜୁରାଟର ସର୍ଦାର ପଟେଲ ଷ୍ଟାଡିୟମ ଇତ୍ୟାଦି ସ୍ଥାନରେ ଏହି କମ୍ପାନୀ ଫ୍ଲଡ୍‌ ଲାଇଟ୍‌ ଲଗାଇଛି।



from ଖେଳ – Sambad https://ift.tt/2yJPi8D

Post a Comment

0Comments
Post a Comment (0)