
ଲକ୍ଷ୍ନୌ: ଲକ୍ଷ୍ନୌର କେଜିଏମ୍ୟୁ( କିଙ୍ଗ୍ ଜର୍ଜ୍ସ ମେଡିକାଲ ୟୁନିଭର୍ସିଟି) ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି ଉନ୍ନାଓ ପୀଡିତା | ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି। ତେବେ କଂଗ୍ରେସର ମହାସଚିବ ତଥା ପଶ୍ଚିମ ଉତ୍ତରପ୍ରଦେଶର କଂଗ୍ରେସ ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟରରେ ପୀଡ଼ିତାଙ୍କୁ ମୃତ ବୋଲି ଘୋଷଣା କରିଦେଇଛନ୍ତି | ପରେ ବିଭିନ୍ନ ମହଲରୁ ସମାଲୋଚନା ହେବା ପରେ ସିନ୍ଧିଆ ଏହାକୁ ଡିଲିଟ କରିଦେଇଛନ୍ତି |
ସିନ୍ଧିଆ ନିଜ ଟ୍ୱିଟରରେ ଲେଖିଥିଲେ ଯେ ‘ଆଜି ଗୋଟିଏ ଝିଅ ନ୍ୟାୟ ଲଢେର ହାରିନାହିଁ ବରଂ ନ୍ୟାୟ ଓ ଆଇନ ବ୍ୟବସ୍ଥା ହାରିଯାଇଛି | ଉନ୍ନାଓ ପୀଡିତା ଦୀର୍ଘ ଦିନର ସଂଘର୍ଷ ପରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି |’ ଏହା ପରେ ୟୁଜର୍ସମାନେ ପ୍ରଶ୍ନ କରିଥିଲେ ଯେ ପୀଡିତା ଜଣକ ଜୀବିତ ଥିବାବେଳେ କିଭଳି ତାହାକୁ ମାରିଦିଆଯାଉଛି |
ଏଠାରେ ସୂଚନା ଥାଉ କି ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର୍ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବା ଘଟଣାରେ ପୀଡ଼ିତାଙ୍କ ୨ ମାଉସୀଙ୍କ ମୃତ୍ୟୁ ହୋଇଥିଲା। ପୀଡ଼ିତା, ତାଙ୍କ ମା’ ଏବଂ ପୀଡ଼ିତାଙ୍କ ଆଇନଜୀବୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ଅଛି। ୨୦୧୭ ଜୁନ୍ରେ ଦୁଷ୍କର୍ମ ହୋଇଥିଲା। ଘଟଣାର ବର୍ଷକ ପରେ ଉନ୍ନାଓ ନାବାଳିକା ପୀଡ଼ିତା (ବର୍ତ୍ତମାନ ୧୯ ବର୍ଷ) ବାଙ୍ଗରମାଉ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।
from ଦେଶ- ବିଦେଶ – Sambad https://ift.tt/2yvIonb
