ହାଇଡ୍ରଲିକ୍‌ ପ୍ରେସର୍‌ରେ ଟାଣି ହୋଇ ସ୍ପାଇସ୍‌ ଜେଟ୍‌ ବିମାନ ମଧ୍ୟରେ ଜଣେ ମୃତ

zisanmohammad
0

କୋଲ୍‌କାତା: ହାଇଡ୍ରଲିକ୍‌ ପ୍ରେସର୍‌ ଯୋଗୁଁ ମଙ୍ଗଳବାର ରାତିରେ ଦମ୍‌ ଦମ୍‌ ବିମାନବନ୍ଦରରେ ସ୍ପାଇସ୍‌ ଜେଟ୍‌ ବିମାନର ବଡି ଭିତରକୁ ଟାଣି ହୋଇ ଯାଇ ଜଣେ ଏୟାର୍‌କ୍ରାଫ୍ଟ୍‌ ମେଣ୍ଟେନାନ୍‌ସ୍‌ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।

ଦମ୍‌ ଦମ୍‌ ବିମାନ ବନ୍ଦରରେ କର୍ମଚାରୀ ଜଣକ ସ୍ପାଇସ୍‌ଜେଟ୍‌ ଏଟିଆର୍‌ ବିମାନକୁ ଯାଞ୍ଚ କରିବା ବେଳେ ଦୁର୍ଘଟନା ଘଟିଥିବା ଜଣାପଡ଼ିଛି।

ହାଇଡ୍ରଲିକ୍‌ ପ୍ରେସର୍‌ ଯୋଗୁଁ ବିମାନ ତଳେ ଥିବା ସେ ବ୍ୟକ୍ତି ଜଣକ ଭିତରକୁ ଟାଣି ହୋଇ ଯାଇଥିଲେ। ଫଳରେ ତୁରନ୍ତ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ ବ୍ୟକ୍ତିଙ୍କର ଶବ ବାହାର କରିବାକୁ ଜରୁରୀକାଳୀନ କର୍ମଚାରୀମାନେ ନାନବିଧ ଉଦ୍ୟ କରିବ ବିଫଳ ହୋଇଥିଲେ। ପରେ ତାଙ୍କର ଶବକୁ କଟା ଯାଇ ବିମାନରୁ ବାହାର କରାଯାଇଥିଲା। ହାଇହ୍ରଲିକ୍‌ କେମିତି ସକ୍ରିୟ ହେଲା ଏବଂ ସେ ବ୍ୟକ୍ତିଜଣକ କେମିତି ଏହାର ଶିକାର ହେଲେ, ସେକଥା ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି।

ଏୟାର୍‌କ୍ରାଫ୍‌ଟ୍‌ ମେଣ୍ଟେନାନ୍‌ସ୍‌ ହେଉଛି ଭାରତ ତଥା ସମଗ୍ର ବିଶ୍ୱରେ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ବିଶେଷ। ବିମାନରେ ଥିବା ସମସ୍ତଙ୍କ ନିରାପତ୍ତା ପାଇଁ ଗ୍ରାଉଣ୍ଡ୍‌ଷ୍ଟାଫ୍‌ମାନେ ଦାୟି ରୁହନ୍ତି।



from ଦେଶ- ବିଦେଶ – Sambad https://ift.tt/2G3XV1W

Post a Comment

0Comments
Post a Comment (0)