
ମୁମ୍ବାଇ: ପ୍ରତିବାଦର ସମ୍ମୁଖୀନ ହୋଇ ପୁଲିସ ତତ୍ତ୍ୱାବଧାନରେ କର୍ଣ୍ଣାଟକ କଂଗ୍ରେସର ଜଣେ ନେତା ଫେରିଯିବା ପରେ ମୁମ୍ବାଇର ରେନେସାଁ ହୋଟେଲ୍ ବାହାରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି। ଗତ ସପ୍ତାହରେ ଏଚ୍ଡି କୁମାରସ୍ୱାମୀଙ୍କ କ୍ୟାବିନେଟ୍ରୁ ଇସ୍ତଫା ଦେବା ପରେ ବିଦ୍ରୋହୀ ବିଦାୟକମାନେ ସେ ହୋଟେଲ୍ରେ ଅବସ୍ଥାନ କରୁଛନ୍ତି।
କଂଗ୍ରେସ ନେତା ଡିକେ ଶିବକୁମାର ପହଞ୍ଚିବା ମାତ୍ରେ ପୋଓ୍ଵାଇସ୍ଥିତ ସେ ହୋଟେଲେ ବାହାରେ ଜେଡି(ଏସ୍) ନେତା ନାରାୟଣୀ ଗୌଡ଼ାଙ୍କ ସମର୍ଥକମାନେ ସମବେତ ଏକତ୍ର ହୋଇ ଚିତ୍କାର କରିଥିଲେ ‘ଫେରି ଯାଆ, ଫେରି ଯାଅ’। କୁମାରସ୍ୱାମୀ ଏବଂ ଶିବକୁମାର ହୋଟେଲ୍ ଉପରେ ଆକ୍ରମଣ କରି ପାରନ୍ତି ବୋଲି ସେମନଙ୍କର ଭୟ ହେଉଛି ଜଣାଇ ଜଣେ ବିଦ୍ରୋହୀ ବିଧାୟକ ମୁମ୍ବାଇ ପୁଲିସଙ୍କୁ ଲେଖିଥିଲେ।
ରେନେସାଁ ମୁମ୍ବାଇ କନ୍ଭେନ୍ସନ୍ ସେଣ୍ଟର୍ ହୋଟେଲ୍ ବାହାରେ ଶିବକୁମାର କହିଲେ: ମୁଁ ଏଠରେ ଗୋଟାଏ ରୁମ୍ ବୁକ୍ କରିଛି। ମୋର ବନ୍ଧୁମାନେ ଏଠାରେ ରହୁଛନ୍ତି। ଛୋଟିଆ ସମସ୍ୟାଟାଏ ଉପୁଜିଛି, ଆମେ ଆଲୋଚନା କରିବୁ। ଆମେ ତୁରନ୍ତ ଛାଡ଼ପତ୍ର ଦେଇ ପକାଉ ନାହୁଁ। ଭୟର କୌଣସି ପ୍ରଶ୍ନ ହିଁ ନାହିଁ, ଆମେ ପରସ୍ପରକୁ ଶ୍ରଦ୍ଧା କରୁ ଓ ସମ୍ମାନ ଦେଉ।
ମୁମ୍ବାଇଁ ପୁଲିସ ହେପାଜତରେ ଶିବକୁମାରଙ୍କୁ ହୋଟେଲ୍ରୁ ବିଦା କରାଯାଇଥିଲା।
ବିଧାୟକମାନେ ପୁଲିସକୁ କହିଥିଲେ କି, ସେମାନେ ଏଚ୍ଡି କୁମାରସ୍ୱାମୀ ଏବଂ ଶିବକୁମାରଙ୍କୁ ଭେଟିବାକୁ ଚାହୁଁ ନାହାନ୍ତି। ସେମାନଙ୍କୁ ରେନେସାଁ ହୋଟେଲ୍ ମଧ୍ୟକୁ ଛାଡ଼ନ୍ତୁ ନାହିଁ।
from ରାଜନୀତି – Sambad https://ift.tt/2S5ZBfY