
ୱାଶିଂଗଟନ: ଅବ୍ୟବହୃତ ପ୍ଲାଷ୍ଟିକ ବୋତଲରେ ପ୍ରସ୍ତୁତ ହେବ ଇନ୍ଧନ ଏବଂ ଆକାଶରେ ଉଡିବ ବିମାନ | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏ କଥା ସତ | କାରଣ ବୈଜ୍ଞାନିକମାନେ ଏବେ ପ୍ଲାଷ୍ଟିକ ବୋତଲ ଓ ପ୍ଲାଷ୍ଟିକ ବ୍ୟାଗରୁ ବିମାନ ଇନ୍ଧନ ପ୍ରସ୍ତୁତ କରିବାର ଉପାୟ ବାହାର କରିଛନ୍ତି | ଆମେରିକାର ୱାଶିଂଗଟନ ଷ୍ଟେଟ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ବିମାନ ଇନ୍ଧନ ପ୍ରସ୍ତୁତ କରିବା ପାଇଁ ପ୍ଲାଷ୍ଟିକ ଅବଶେଷକୁ ଆକ୍ଟିଭେଟେଡ଼ କାର୍ବନ ସହ ତରଳାଇଥିଲେ |
ଏହାପରେ ଏହି ତରଳ ପଦାର୍ଥଟିରେ ୮୫ ପ୍ରତିଶତ ବିମାନ ଇନ୍ଧନ ଓ ୧୫ ପ୍ରତିଶତ ଡିଜେଲ ବାହାରିଥିଲା | ଏହି ପ୍ରକଳ୍ପର ମୁଖ୍ୟ ତଥା ବିଶ୍ୱବିଦ୍ୟାଳୟର ପ୍ରଫେସର ହନବୁ ଲେଈ କହିଛନ୍ତି ଯେ ପ୍ଲାଷ୍ଟିକ ଆବର୍ଜନା ଏବେ ବିଶ୍ୱ ପାଇଁ ବଡ ଚିନ୍ତା ପାଲଟିଛି | ମାଟିରେ ସହଜରେ ମିଶୁନଥିବାରୁ କୁଢ଼ କୁଢ଼ ଆବର୍ଜନାରେ ପ୍ଲାଷ୍ଟିକଜାତ ସାମଗ୍ରୀ ଅଧିକାଂଶ ରହୁଛି |
From landfill to jet fuel: Turning waste into sustainable fuels pic.twitter.com/LTC8B7DhZk
— Reuters Top News (@Reuters) 3 July 2019
ଯାହାଫଳରେ ପରିବେଶ ପ୍ରଦୂଷିତ ହେବା ସଙ୍ଗେ ସଙ୍ଗେ ଜନଜୀବନ ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି | ସେହିପରି ବିମାନରେ ବ୍ୟବହୃତ ଇନ୍ଧନ ଦ୍ୱାରା ପ୍ରାକୃତିକ ତୈଳ ମଧ୍ୟ ହ୍ରାସ ପାଇବାରେ ଲାଗିଛି, ତେଣୁ ପ୍ଲାଷ୍ଟିକରୁ କିଭଳି ଇନ୍ଧନ ସୃଷ୍ଟି କରାଯାଇପାରିବ ତାହାକୁ ଗୁରୁତ୍ୱ ଦିଆଯାଉଛି |
from ବାଣିଜ୍ୟ – Sambad https://ift.tt/2JdScao

