ନିଶ କାଟି ଦେବାରୁ ବାରିକ ନାଁରେ ଥାନାରେ ଏତଲା ଦେଲେ ଗ୍ରାହକ

zisanmohammad
0

ନାଗପୁର: ବିନା ଅନୁମତିରେ ନିଶ କାଟି ପକାଇଥିବା କହି ଜଣେ ବାରିକଙ୍କ ନାଁରେ ଥାନାରେ ଏତଲା ଦେଇଥିବା ଜଣେ ସ୍ଥାନୀୟ ଗ୍ରାହକଙ୍କୁ ସେବା ନ ଯୋଗାଇବାକୁ ବାରିକ ସଂଘ ନିଷ୍ପତ୍ତି ଗ୍ରହଣ କରିଛି।

ଗତ ମଙ୍ଗଳବାର ଦିନ ୩୫ ବର୍ଷିୟ କିରଣ ଠାକୁର ମହାରାଷ୍ଟ୍ରର ନାଗପୁର ପୁଲିସକୁ କହିଲେ ଯେ କହ୍ନଣ ଅଞ୍ଚଳର ଗୋଟାଏ ସେଲୁନ୍‌କୁ ସେ ଚୂଳକାଟିବାକୁ ଓ ଖିଅର ହେବାକୁ ଯାଇଥିଲେ। ସୁନୀଲ ଲକ୍ସାନେ ନାମକ ସେ ବାରିକ ବିନା ଅନୁମତିର ତାଙ୍କ ନିଶ କାଟି ପକାଇଲେ।

ଘରେ ପହଞ୍ଚିବା ପରେ ବିରକ୍ତ ହୋଇ ଠାକୁର ଲକ୍ସାନେଙ୍କୁ ଫୋନ୍‌ କରିବାରୁ ସେ ଓଲଟି ଧମକଚମକ ଦେଲେ। ତେଣୁ ଠାକୁର ତାଙ୍କ ବିରୋଧରେ ଆଇପିସି ଧାରା ୫୦୭ରେ ଅଭିଯୋଗ ଦାଏର କଲେ।

ଏଇ କାରଣରୁ ‘ନଭିକ ଏକତା ମଞ୍ଚ’ ଠାକୁରଙ୍କୁ କୌଣସି ସେବା ନ ଯୋଗାଇବାକୁ ନିଷ୍ପତ୍ତି ନେଇଛି।

ସଂଘର ସଭାପତି ଶରଦ ଓ୍ଵାଟକର ଗଣମାଧ୍ୟମକୁ କହିଛନ୍ତି: ଲକ୍ସାନେଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ। ନିଶ କାଟି ପକାଇବା ପୂର୍ବରୁ ସେ ଗ୍ରାହକଙ୍କୁ ପଚାରି ଥିଲେ।

କିନ୍ତୁ, ଠାକୁର ଘରକୁ ଫେରି ଯାଇ ପୁଣି ସନ୍ଧ୍ୟାବେଳେ ଲକ୍ସାନେଙ୍କ ଦୋକାନକୁ ଆସି ଗଣ୍ଡଗୋଳ କରିଥିଲେ। ତେଣୁ ତାଙ୍କ ବିରୋଧରେ ମଧ୍ୟ ପାଲଟା ଅଭିଯୋଗ ଦାଏର କରାଯାଇଛି।

ତାଲୁସ୍ତରୀୟ ସମସ୍ତ ବିଭାଗ ବହନକାରୀଙ୍କ ସହ ବୈଠକ ପରେ ସଂଘ ନିଷ୍ପତ୍ତି ନେଇଛି ଯେ ଭ୍ରାନ୍ତ ଅଭିଯୋଗ କରିଥିବା ଠାକୁରଙ୍କୁ କେହି ସେବା ଯୋଗାଇ ଦେବେ ନାହିଁ।

ସୋମବାର ଦିନ ସଂଘ କହ୍ନଣ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।



from ଦେଶ- ବିଦେଶ – Sambad https://ift.tt/2JYXB5x

Post a Comment

0Comments
Post a Comment (0)