ପାଞ୍ଚ ବର୍ଷ ପରେ ଦ୍ୱିତୀୟ ଥର ଏକାଠି କାମ କଲେ ଓଲିଉଡର ଏ ଦୁଇ ସେଲିବ୍ରିଟି

zisanmohammad
0

ଭୁବନେଶ୍ବର: ଓଲିଉଡରେ ଏମିତି କିଛି ନିର୍ଦ୍ଦେଶକ ଓ ସଙ୍ଗୀତକାରଙ୍କ ଯୋଡ଼ି ଅଛି,ଯେଉଁମାନେ ଏକାଧିକ ସିନେମାରେ ଏକାଠି ହୋଇଛନ୍ତି।ହେଲେ ଏମିତି ବି କିଛି ଯୋଡ଼ି ଅଛନ୍ତି,ଯେଉଁମାନଙ୍କୁ ଦ୍ୱିତୀୟ ଥର ଲାଗି ଏକାଠି କାମ କରିବାର ସୁଯୋଗ ମିଳିବାକୁ ଢ଼େର ସମୟ ଲାଗିଯାଏ ।

ଓଲିଉଡର ଜଣେ ଆଗ ଧାଡ଼ିର ନିର୍ଦ୍ଦେଶକ ହେଲେ ସୁଧାଂଶୁ ମୋହନ ସାହୁ ଏବଂ ଜଣେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର। ସୁଧାଂଶୁ ୧୯୯୯ରେ ରିଲିଜ୍‌ ହୋଇଥିବା ଓଡ଼ିଆ ସିନେମା ‘କିଏ ପୋଛିବ ମାଆ ଆଖିର ଲୁହ’ରୁ ନିର୍ଦ୍ଦେଶକ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିବା ବେଳେ ଅଭିଜିତ୍‌ ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ‘କାଶିଆ କପିଳା’ସିନେମାରୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ।

ସୁଧାଂଶୁ ଓ ଅଭିଜିତ୍‌ ୨୦୧୪ରେ ରିଲିଜ୍‌ ହୋଇଥିବା ଓଡ଼ିଆ ସିନେମା ‘ଭଉଁରୀ’ରେ ପ୍ରଥମେ ଏକାଠି କାମ କରିଥିଲେ।

ପ୍ରାୟ ପାଞ୍ଚ ବର୍ଷ ପରେ ପୁଣି ଥରେ ସୁଧାଂଶୁଙ୍କ ନିର୍ଦ୍ଦେର୍ଶିତ ଏକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିଜିତ ଦ୍ୱିତୀୟ ଥର ଲାଗି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସେହି ଫିଲ୍ମର ଟାଇଟଲ୍‌ ହେଲା ‘ପ୍ରେମ ଏଟିଏମ୍‌’। ଏଥିରେ ପ୍ରଦୀପ, ଦିବ୍ୟାଦିଶା ଏବଂ ଲିପିକା ମୁଖ୍ୟ ଭୂମିକାରେ ଅଛନ୍ତି।



from ମନୋରଞ୍ଜନ – Sambad https://ift.tt/2LSKFkf

Post a Comment

0Comments
Post a Comment (0)