ଟୋକିଓ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ: ଦୀପିକାଙ୍କୁ ରୌପ୍ୟ

zisanmohammad
0

ଟୋକିଓ: ଭାରତର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ମହିଳା ତୀରନ୍ଦାଜ୍‌ ଦୀପିକା କୁମାରୀ ଟୋକିଓ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟରେ ବୁଧବାର ରୌପ୍ୟ ପଦକ ହାସଲ କରିଛନ୍ତି। ଚତୁର୍ଥ ମାନ୍ୟତା ପାଇଥିବା ଦୀପିକା କଡ଼ା ସଂଘର୍ଷ କରିବା ସତ୍ତ୍ବେ ମହିଳା ବର୍ଗ ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ୧୮ ବର୍ଷ ବୟସ୍କା କୋରିଆ ଝିଅ ଆନ୍‌ ସାନ୍‌ଙ୍କ ନିକଟରୁ ସିଧାସଳଖ ସେଟ୍‌ରେ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ଅନ୍ୟପକ୍ଷରେ ଲାଇସ୍‌ରାମ ବୋମ୍ବାଲ୍ୟା ଦେବୀ ଦ୍ବିତୀୟ ରାଉଣ୍ଡରେ ମାଲେସିଆର ନୁର୍‌ ଆଲିୟା ଘାପରଙ୍କଠୁ ଏବଂ କୋମାଲିକା ବାରି ଇନ୍ନା ଷ୍ଟିପାନୋଭାଙ୍କଠୁ ହାରିଯାଇଥିଲେ। ସେହିପରି ପୁରୁଷ ବର୍ଗରେ ଦେଶର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଅତନୁ ଦାସ କୋରିଆର ବାଇ ଜେହ୍ୟୁନ୍‌ଙ୍କଠୁ ଦ୍ବିତୀୟ ରାଉଣ୍ଡ୍‌ରେ ହାରି ଯାଇଥିଲା ବେଳେ ତରୁଣଦୀପ ରାଏ ଓ ପ୍ରବୀଣ ଯାଦବ ଯୋଡ଼ି ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଥିଲେ।



from ଖେଳ – Sambad https://ift.tt/32wkTs7

Post a Comment

0Comments
Post a Comment (0)